ଏକ କୁହୁକ ରାତିରେ ଗୁଡ୍ଡୁ

ଶେଷରେ ସେଇ ପ୍ରତୀକ୍ଷିତ ଦିନ ଆସିଲା, ଯେଉଁ ଦିନଟିକୁ ବହୁତ ଦିନ ଧରି ଅପେକ୍ଷା କରିଥିଲା ଗୁଡ୍ଡୁ । ଗୁଡ୍ଡୁ ଖୁସିରେ ନାଚି ଉଠିଲା । ସେମାନେ ସପରିବାର ଏକ ଜଙ୍ଗଲକୁ ରାତି କଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ସକାଳୁ ସକାଳୁ ଏହାର ପ୍ରସ୍ତୁତିରେ ଲାଗିପଡ଼ିଲେ । ଜଙ୍ଗଲରେ ରାତ୍ରି ରହଣି ପାଇଁ ସେମାନେ ସୁପର ମାର୍କେଟ ଯାଇ ଦରକାରୀ ଜିନିଷ କିଣିବା ପାଇଁ ବାହାରିପଡ଼ିଲେ । ନିଜ ପସନ୍ଦର (ମାର୍ଶମାଲୋ) ମିଠା ଜାତୀୟ ଖାଦ୍ୟଟିକୁ ଆଣିବାକୁ ଭୁଲିବ ନାହିଁ କହି ଗୁଡ୍ଡୁ ସୁପରମାର୍କେଟର କରିଡରରେ ଦୌଡ଼ିବାକୁ ଲାଗିଲା । ଜଙ୍ଗଲରେ ରାତ୍ରିଯାପନ ପାଇଁ ଚକୋଲେଟ୍, ଫଳ, ଫ୍ଲାସ୍ ଲାଇଟ୍ ପାଇଁ କିଛି ବ୍ୟାଟେରୀ, ମଶା ଧୂପ ଆଦି କିଣାକିଣି ସରିବା ପରେ ଗୁଡ୍ଡୁ ଖୁସି ଖୁସିରେ କାରରେ ବସି ପଡିଲା । ଗୁଡ୍ଡୁ ଜଙ୍ଗଲରେ ରାତ୍ରିଯାପନକୁ ନେଇ ମନ ଭିତରେ ବହୁତ କିଛି ଭାବି ରଖିଥିଲା । ସେ ବହୁତ କିଛି କରିବା ପାଇଁ ଚାହୁଁଥିଲା ଯେମିତିକି ସେ ତା ପସନ୍ଦର ଖାଦ୍ୟ ଖାଇବ, ବାଦୁଡି ଦେଖିବ, ଜୁଳୁଜୁଳିଆ ପୋକ ଧରିବ ଏବଂ ଆହୁରି ଅନେକ କିଛି, ଯାହା ସେ ତା ବହିରେ ପଢିଥିଲା । ତାହା ସବୁ ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି ଭାବି ସେ ବହୁତ ଖୁସି ହୋଇ ଯାଉଥିଲା । ଗୁଡ୍ଡୁ ଘରେ ପହଞ୍ଚି ଶୋଇବା ଘରକୁ ଚାଲିଯାଇ ଅତ୍ୟାବଶ୍ୟକୀୟ ଜିନିଷ ସବୁ ବ୍ୟାଗରେ

"ଏକ କୁହୁକ ରାତିରେ ଗୁଡ୍ଡୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |