ଗୁଡ୍ଡୁର ସ୍ଵପ୍ନ

ସବୁ ପିଲାଙ୍କ ଭଳି ଗୁଡ୍ଡୁ ନ ଥିଲା । ତାକୁ ମଜାଦାର କାହାଣୀ ଶୁଣିବାକୁ ଜମା ଭଲ ଲାଗେ ନାହିଁ, ଯଦିଓ ରାତିରେ ଶୋଇଲାବେଳେ ତା’ ମା’ ତାକୁ ମଜାଳିଆ କାହାଣୀ କୁହନ୍ତି । କିନ୍ତୁ ସେ ସେଇ କାହାଣୀସବୁ ଶୁଣି ରାତିରେ ଶାନ୍ତିରେ ଶୋଇପାରେ ନାହିଁ । ସେ ରାତିରେ ବହୁତ ଅଜବ ସ୍ଵପ୍ନ ସବୁ ଦେଖେ, ଯାହାକୁ ନେଇ ସେ ରାତିସାରା ଠିକ୍ ରେ ଶୋଇପାରେ ନାହିଁ ଏବଂ ସକାଳୁ ମନଦୁଃଖରେ ଉଠେ । ରାତିରେ ଠିକ୍ ରେ ଶୋଇପାରିନଥିବା ଯୋଗୁଁ ତା’ ଆଖି ଫୁଲି ରହିଥାଏ ଆଉ ସେ ସେଇ ଅବସ୍ଥାରେ ସ୍କୁଲକୁ ମଧ୍ୟ ଯାଏ । କିନ୍ତୁ ସେ ସ୍କୁଲରେ ପାଠପଢା ସମୟରେ ଶୋଇପଡେ, ଯାହାକୁ ନେଇ ତା’ ସାଙ୍ଗମାନେ ତାକୁ ବହୁତ ଚିଡ଼ାନ୍ତି । ଗୁଡ୍ଡୁର ଏମିତି ଆଚରଣ ସମ୍ପର୍କରେ ତା’ର ଶ୍ରେଣୀ ଶିକ୍ଷକ ଜାଣିପାରି ଏହାକୁ ନେଇ ଗୁଡ୍ଡୁର ମାତାପିତାଙ୍କ ସହ ଆଲୋଚନା କଲେ । ଗୁଡ୍ଡୁର ମା’ ମଧ୍ୟ ଗୁଡ୍ଡୁର ଏହି ଅବସ୍ଥା ପାଇଁ ଚିନ୍ତିତ ହେବା ସହିତ ଏଥିପାଇଁ କ’ଣ କରାଯାଇପାରିବ ବୋଲି ଶିକ୍ଷକଙ୍କୁ ପଚାରିଲେ । ଏହା ଶୁଣି ଶିକ୍ଷକ କିଛି ସମୟ ଭାବିଲେ ଏବଂ ତା’ପରେ ଗୁଡ୍ଡୁର ମା’ଙ୍କୁ କହିଲେ ଯେ, ଏହି କ୍ଷେତ୍ରରେ ଆପଣଙ୍କୁ ଜଣେ ସାହାଯ୍ୟ କରିପାରିବେ । ଏହା କହି ଶିକ୍ଷକ ତାଙ୍କ ଠିକଣା ଗୁଡ୍ଡୁର ମା’ଙ୍କୁ ଦେଲେ । ଏହା କହି ଶିକ୍ଷକ ତାଙ୍କୁ ଏକ

"ଗୁଡ୍ଡୁର ସ୍ଵପ୍ନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |