ଗୁଡ୍ଡୁ ଟଙ୍କା ସଞ୍ଚୟ କରିବା ଶିଖିଲା

ଗୁଡ୍ଡୁ ମା’ଙ୍କ ସହିତ ଏକ ସୁନ୍ଦର ଆଲୋକିତ ରାସ୍ତାରେ ଧୀରପାଦରେ ଖୁବ ସନ୍ତର୍ପଣର ସହ ଯାଉଥିଲା, ଯେଉଁଠାରେ ଅନେକ ଦୋକାନ ଥିଲା । ସେ ମା’ଙ୍କ ସହିତ ସପିଂ ଯିବାକୁ ବହୁତ ପସନ୍ଦ କରେ କାରଣ ସପିଂ ଯିବା ସମୟରେ ସେ ଝରକା ବାଟେ ବହୁ ସୁନ୍ଦର ଜିନିଷ ଦେଖିଥାଏ । ଖେଳନା ଗୁଡ୍ଡୁର ଅତି ପ୍ରିୟ ଜିନିଷ । ସେ ପ୍ରତ୍ୟେକ ଥର କିଛି ନୂଆ ଖେଳଣା ଦେଖିଥାଏ ଏବଂ ତାହାକୁ ନିଜର କରିବା ପାଇଁ ସ୍ଵପ୍ନ ଦେଖେ, କିନ୍ତୁ ସେ ସବୁ ଖେଳଣା ପାଇପାରେନି କାରଣ ତା ମା’ଙ୍କୁ ଅନ୍ୟ ଆବଶ୍ୟକୀୟ ଜିନିଷ ମଧ୍ୟ କିଣିବାକୁ ପଡୁଥିଲା । “ମା’, ଆମେ ସେଇ ସୁନ୍ଦର ରେସିଂ କାର୍ କିଣି ପାରିବା କି ?”, ସେମାନେ ଏକ ଖେଳନା ଦୋକାନରେ ପହଞ୍ଚିବା ପରେ ଗୁଡ୍ଡୁ ପଚାରିଲା । ଏହା ଶୁଣି ମା’ କହିଲେ, “ହଁ, ପୁଅ ଏଥର ଆମେ ଏହାକୁ କିଣି ପାରିବା”। ମା’ଙ୍କ ମୁହଁରୁ ଏକଥା ଶୁଣି ଗୁଡ୍ଡୁ ଖୁସିରେ ଡେଇଁବା ସହିତ ମା’ଙ୍କୁ ଧନ୍ୟବାବ ଜଣାଇଲା । ସେ ଏବଂ ତାଙ୍କ ମା’ ଦୋକାନରେ ପ୍ରବେଶ କଲେ । ସେଠାରେ ଶହ ଶହ ଖେଳନା ଥିଲା, ଯାହା ଗୁଡ୍ଡୁ ପୂର୍ବରୁ କେବେ ଦେଖି ନ ଥିଲା । ସେ ସବୁ ଖେଳନା ଦେଖି ଗୁଡଡୁର ଆଖି ଝଲସି ଯାଉଥିଲା । ସେହି ସମୟରେ ଗୁଡ୍ଡୁ ଜାଣିପାରିଲା ଯେ ସେ ଝରକା ବାହାରୁ

"ଗୁଡ୍ଡୁ ଟଙ୍କା ସଞ୍ଚୟ କରିବା ଶିଖିଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |