ପ୍ରକୃତି ପ୍ରେମରେ ଗୁଡ୍ଡୁ

ଦିନକର କଥା ଗୁଡ୍ଡୁ ଘରେ ଥିଲା, ମାତ୍ର ସେ ବୋର୍ ହେଉଥିଲା | ନା ତାକୁ ଖେଳିବାକୁ ଇଚ୍ଛା ହେଉଥିଲା ନା ଟିଭି ଦେଖିବାକୁ । ସେ ବହୁତ ବିରକ୍ତ ହୋଇ ଭବିଲା - ଏମିତି କଣ କରିବି, ଯାହା ଫଳରେ ବହୁତ ମଜା ଆସିବ । ଗୁଡ୍ଡୁ ପାଖରେ ଏକ ପୁସ୍ତକ ଥିଲା, ଯାହା କୀଟପତଙ୍ଗ ସମ୍ପର୍କିତ ଏକ ପୁସ୍ତକ ଥିଲା ଏବଂ ସେଇ କୀଟମାନେ ଏକ ଯାଦୁଭରା ବଗିଚାରେ ରହୁଥିଲେ | ଗୁଡ୍ଡୁ ସେ ବହିଟିକୁ ଉଠାଇଲା ଆଉ ସେଇ ବହିରେ ଥିବା ରଙ୍ଗୀନ ଚିତ୍ରଗୁଡିକୁ ଦେଖିବାକୁ ଲାଗିଲା | ସେହି ପୁସ୍ତକଟିରେ ପ୍ରଜାପତି ଏବଂ ପିମ୍ପୁଡ଼ି ବ୍ୟତୀତ ବହୁ ରଙ୍ଗୀନ କୀଟମାନଙ୍କର ସୁନ୍ଦର ସୁନ୍ଦର ଚିତ୍ର ରହିଥିଲା । ଗୁଡ୍ଡୁ ସେଗୁଡ଼ିକୁ ଆଗ୍ରହ ସହକାରେ ଦେଖିବାରେ ଲାଗିଲା । ଯଦିଓ ସେ ପୂର୍ବରୁ ପ୍ରଜାପତି ଏବଂ ପିମ୍ପୁଡ଼ି ଦେଖିଥିଲା, ତେବେ ବହିରେ ଥିବା ଅନ୍ୟ ରଙ୍ଗୀନ କୀଟଗୁଡ଼ିକୁ ସେ ପୂର୍ବରୁ କେବେ ଦେଖିନଥିଲା । ବାଃ । ଏଗୁଡ଼ିକ କେତେ ଚମତ୍କାର ବୋଲି କହିଉଠିଲା ଗୁଡ୍ଡୁ । କାସ୍, ମୁଁ କେବେ ଦିନେ ସେଇ ସବୁ କୀଟମାନଙ୍କୁ ଦେଖିପାରନ୍ତି, ବୋଲି କହିଲା ଗୁଡ୍ଡୁ। ବହି ଦେଖିବାର କିଛି ସମୟ ପରେ ଗୁଡ୍ଡୁକୁ ନିଦ ଲାଗିଲା । ଯଦିଓ ଗୁଡ୍ଡୁ ସେ ପୁସ୍ତକ ଦେଖିବାକୁ ଚାହୁଁଥିଲା କିନ୍ତୁ ତାକୁ ଜୋରରେ ନିଦ ଲାଗିବାରୁ ସେ ସଙ୍ଗେ ସଙ୍ଗେ ଶୋଇପଡ଼଼ିଲା ଆଉ ସେ ନିଦରେ ଏକ

"ପ୍ରକୃତି ପ୍ରେମରେ ଗୁଡ୍ଡୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |