ମା'ଙ୍କ ପାଇଁ ଏକ ଉପହାର

ଗୁଡ୍ଡୁ ଖୁସିରେ ନିଦରୁ ଉଠିଲା, କାରଣ ତା' ପାଇଁ ସେଇ ପ୍ରତିକ୍ଷୀତ ସପ୍ତାହନ୍ତ ଆସିଥିଲା । ଯାହାକୁ ସେ ଅତି ଆଗ୍ରହର ସହ ଅପେକ୍ଷା କରି ରହି ଥିଲା । ଗୁଡ୍ଡୁ ଖଟରୁ ଉଠିବା ପରେ ଖାଇବା ପାଇଁ ଡାଇନିଂ ଟେବୁଲ୍ ପାଖକୁ ଗଲା । ସେଠାରେ ମା' ତାକୁ ଅପେକ୍ଷା କରି ରହିଥିଲେ । ଖାଇବା ଟେବୁଲ୍ ଉପରେ ଖାଦ୍ୟ ଦେଖି ଗୁଡ୍ଡୁ ବେଶ୍ ଖୁସି ହୋଇଗଲା । ଗୁଡ୍ଡୁ ମା'ଙ୍କୁ ସକାଳର ଅଭିବାଦନ ଜଣାଇବା ସହ ଖୁସିରେ ମା'ଙ୍କୁ ଗେଲ କଲା । ମା' ମଧ୍ୟ ଗୁଡ୍ଡୁ ସକାଳର ପ୍ରତି ଅଭିବାଦନ ଜଣାଇଲେ ଆଉ କହିଲେ - ଆଶା କରୁଛି ତୁମେ କାଲି ରାତିରେ ଭଲରେ ଶୋଇଥିବ । ସକାଳର ଜଳଖିଆ ଖାଇ ସାରିବା ପରେ ଗୁଡ୍ଡୁର ମା' ବାସନ ଗୁଡାକୁ ଧୋଇବାକୁ ନେଇଗଲେ । ଏହାକୁ ଗୁଡ୍ଡୁ ଆଗ୍ରହର ସହ ଲକ୍ଷ୍ୟ କରିବା ସହ ମନେ ମନେ ମା'ଙ୍କ ପାଇଁ ଗର୍ବ ଅନୁଭବ କରୁଥିଲା । ଗୁଡ୍ଡୁ ଭାବୁଥିଲା ଯେ, ତା' ମା' ସବୁବେଳେ ତା'ର ଯତ୍ନ ନେବା ସହ ଘରକୁ ସଫା ସୁତୁରା ମଧ୍ୟ ରଖୁଛନ୍ତି । ସେ ମା'ଙ୍କ ପାଇଁ ବହୁତ ଖୁସି ଅନୁଭବ କରୁଥିଲା । ଏହାପରେ ଗୁଡ୍ଡୁ ମୁଣ୍ଡରେ ଏକ ବୁଦ୍ଧି ଯୁଟିଲା । କିନ୍ତୁ ଏଥିପାଇଁ ତାକୁ ଆଈଙ୍କ ସାହାଯ୍ୟ ନେବାକୁ ଦରକାର ପଡିବ । ତାଙ୍କ ବିନା

"ମା'ଙ୍କ ପାଇଁ ଏକ ଉପହାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |