ଗୁଡ୍ଡୁ ଓ ଭୂତ କାହାଣୀ

ଶ୍ରୀମତୀ ଶର୍ମାଙ୍କ ପାଖକୁ ଗଲା ପରେ ଗୁଡ୍ଡୁର ବହି ପଢିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା । ସେଥିପାଇଁ ସେ ଘରେ ବହୁତ ଗୁଡ଼ିଏ ବହି ରଖିଥିଲା । କିଛି ବହି ମଧ୍ୟ ସ୍କୁଲର ପାଠାଗାରରୁ ଆଣି ରଖିଥିଲା । ସେ ରୋମାଞ୍ଚପୂର୍ଣ୍ଣ ଗଳ୍ପ ପଢିବାକୁ ଭଲ ପାଉଥିଲା । ଦିନେ ଗୁଡ୍ଡୁ କିଛି ବହି ଆଣିବାକୁ ସ୍କୁଲର ପାଠାଗାରକୁ ଗଲା । ପାଠାଗାରରେ ବହି ଖୋଜୁଥିବା ସମୟରେ ଏକ ଅଜବ ବହିଟିଏ ତା ଆଖିରେ ପଡ଼ିଲା । ଗୁଡ୍ଡୁ ସଙ୍ଗେ ସଙ୍ଗେ ସେ ବହିଟିକୁ ଉଠାଇ ନେଇ ବହିର ନାଁ ପଢିବାକୁ ଲାଗିଲା । ‘ଦ ହଣ୍ଟେଡ୍ ହାଉସ’ ବୋଲି ପଢି ଅଧିକା ଜାଣିବାକୁ ଇଚ୍ଛା କରି ସେ ବହିଟିକୁ ଘରକୁ ନେଇଆସିଲା । ଘରକୁ ଆସି ସଙ୍ଗେ ସଙ୍ଗେ ସେ ବହି ପଢିବାକୁ ବସିଗଲା । ଯେତେବେଳେ ସେ ବହିଟିର ଦୁଇଟି ଅଧ୍ୟାୟ ପଢିସାରିଲା, ଗୁଡ୍ଡୁ ବୁଝିଗଲା ଯେ ଏହା ଏକ ଭୂତ ଗଳ୍ପ ବିଷୟରେ ଲେଖା ହୋଇଛି । ବହିଟିରେ ଏକ ଭୂତ ବିଷୟରେ ଲେଖାହୋଇଥିଲା । ସେହି ଗଳ୍ପରେ ଗୋଟିଏ ପୁରୁଣା ଘରେ ରହୁଥିବା ଏକ ପରିବାର ବିଷୟରେ ଲେଖା ହୋଇଥିଲା । ଗଳ୍ପଗୁଡ଼ିକୁ ପଢି ଗୁଡ୍ଡୁ କହିଲା - “ଆରେ ବାପରେ ୟେ ତ ଗୋଟିଏ ଡରାଉଥିବା ଗଳ୍ପ" । ବେଶୀ ପଢିଲେ ରାତିରେ ଦୁସ୍ଵପ୍ନ ଆସିବ ଭାବି ଗୁଡ୍ଡୁ ବହି ପଢାକୁ

"ଗୁଡ୍ଡୁ ଓ ଭୂତ କାହାଣୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |