ଗୁ୍ଡ୍ଡୁ ଘରକୁ ବୁଲି ଆସିଲେ ଆଶା ମାଉସୀ

ଦିନେ ସ୍କୁଲରୁ ଘରକୁ ଫେରିବା ରାସ୍ତାରେ ଗଡ୍ଡୁ ପାର୍କ ନିକଟ ଦେଇ ଧୀରେ ଧୀରେ ଆସୁଥିଲା । ସେହି ସମୟରେ ପକ୍ଷୀମାନେ ଗୀତ ଗାଉଥିଲେ, ଗୁଣ୍ଡୁଚି ମୂଷାମାନେ ଏ ଡାଳରୁ ସେ ଡାଳ ହେଉଥିଲେ । ଆଉ ପବନର ତାଜା ତରଙ୍ଗ ତା ନ୍ଯାସାରନ୍ଧ୍ରରେ ଭରିଯାଉଥିଲା । ଶେଷରେ ଗୁଡ୍ଡୁ ଚାଲି ଚାଲି ନିଜ ଘରେ ପହଞ୍ଚିଲା । ତା’ ମା’ ଖୁସିରେ ତା’ର ଫେରିବା ବାଟକୁ ଅନାଇ ରହିଥିଲେ । ଗୁଡ୍ଡୁ ତୁମେ ଆସିଗଲ କହି ଗୁଡ୍ଡୁର ମା ଖୁସିରେ ଦଉଡି ଯାଇ ଗୁଡ୍ଡୁ କୁ କୁଣ୍ଢାଇ ପକାଇଲେ । ଗୁଡ୍ଡୁ ମଧ୍ୟ ମା’କୁ ପଚାରିଲା - ମାମା ତୁମେ କେମିତି ଅଛ । ମୁଁ ଭଲ ଅଛି କିନ୍ତୁ ତୋ’ ପାଇଁ ଗୋଟିଏ ଖୁସିଖବର ଅଛି ବାେଲି ଗୁଡ୍ଡୁର ମା’ ଗୁଡ୍ଡୁକୁ କହିଲେ । ଏହା ଶୁଣି ଗୁଡ୍ଡୁ କହିଲା - ହଁ, ମାମା, ସେ ଖୁସି ଖବରଟି କ’ଣ କୁହ । ଗୁଡ୍ଡୁର ମା’ ଗୁଡ୍ଡୁକୁ କହିଲେ - ଏଇ ସପ୍ତାହନ୍ତରେ ତୋ’ ମାଉସୀ ଆମ ଘରକୁ ଆସୁଛନ୍ତି । ଗୁଡ୍ଡୁ ଏହା ଶୁଣି କ’ଣ କହିବ କିଛି ଭାବିପାରିଲା ନାହିଁ । ଗୁଡ୍ଡୁ ତା’ ମାଉସୀଙ୍କୁ ବହୁତ ଭଲପାଏ । ତା’ ମାଉସୀ ଦେଖିବାକୁ ବହୁତ ଡେଙ୍ଗା । ଯିଏ ସର୍ବଦା ହସମୁଖ ଓ ଅନ୍ୟମାନଙ୍କ କଥାକୁ ଭଲରେ ଶୁଣିବା ସହିତ ବହୁ ମଜା ମଜା କଥା କହିଥାନ୍ତି ।

"ଗୁ୍ଡ୍ଡୁ ଘରକୁ ବୁଲି ଆସିଲେ ଆଶା ମାଉସୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |