ଗୁଡ୍ଡୁ ଓ ନୂଆ ପିଲା

ସବୁଦିନ ପରି ଗୁଡ୍ଡୁ ସକାଳୁ ଉଠିଲା, ଆଉ ଆଜିର ସକାଳଟି ଅନ୍ୟଦିନ ଅପେକ୍ଷା ଭାରି ଭଲ ଲାଗୁଥିଲା । ପକ୍ଷୀମାନଙ୍କର କଳରବରେ ସକାଳଟି ମୁଖରିତ ଥିଲା । ତା’ ସାଙ୍ଗକୁ ମନ୍ଦ ମନ୍ଦ ପବନ ବି ବହୁଥିଲା । ଏସବୁକୁ ଦେଖି ଗୁଡ୍ଡୁ ଆଜି ଦିନଟି ଭଲରେ କଟିବ ବୋଲି ଭାବୁଥିଲା । ଗୁଡ୍ଡୁ ମନଖୁସିରେ ସକାଳ ଜଳଖିଆ ଖାଇସାରି ସ୍କୁଲ ବାହାରି ଗଲା । ସ୍କୁଲ ବସ ପାଇଁ ସେ ବସ୍‌ଷ୍ଟାଣ୍ଡ୍‌କୁ ଗଲା । ସେଠାରେ ପହଞ୍ଚିଲାବେଳକୁ ତା’ର ଦୁଇ ସାଙ୍ଗ ବେନ ଓ ଟିମ୍‌ ଆଗରୁ ଅପେକ୍ଷା କରିଥିଲେ । ସେମାନଙ୍କୁ ଦେଖି ସେ ଖୁସି ହୋଇଗଲା ଓ ସେମାନଙ୍କ ସହ ଖୁସିଗପରେ ମାତିଗଲା । ସ୍କୁଲ ବସ୍‌ ଆସିବା ପରେ ଗୁଡ୍ଡୁ ଓ ତା’ ସାଙ୍ଗମାନେ ବସ୍‌ରେ ବସି ପଡ଼ିଲେ । ରାସ୍ତା ସାରା ସେମାନେ କଥାବାର୍ତ୍ତା ଓ ହସଖୁସିରେ ମସ୍‌ଗୁଲ୍‌ ରହିଥିଲେ, ଯାହା ଗୁଡ୍ଡୁକୁ ବହୁତ ପସନ୍ଦ ଆସିଥିଲା । ଶ୍ରେଣୀ ଗୃହରେ ପହଞ୍ଚିବା ପରେ ଗୁଡ୍ଡୁର ଆଖି ଜଣକ ନିକଟରେ ଅଟକିଗଲା । ଶ୍ରେଣୀଗୃହର ପଛ ଧାଡ଼ିରେ ଜଣେ ନୂଆ ପିଲା ଛିଡା ହୋଇଥିବାର ଦେଖିଲା ଗୁଡ୍ଡୁ । ସେଇ ନୂଆ ପିଲାଟି ଦେଖିବାକୁ ଡେଙ୍ଗା ଥିଲା ଆଉ ତା ନଜରରେ ମଧୁରତା ଝଲସୁଥିଲା । କିନ୍ତୁ ସେ କାହା ସହିତ ନଜର ମିଶାଇବାକୁ ଡରୁଥିଲା । ଯେତେବେଳେ ସେ ଜାଣିପାରିଲା ଯେ ସମସ୍ତେ ତାକୁ ଦେଖୁଛନ୍ତି ତା’ ମୁହଁଟି

"ଗୁଡ୍ଡୁ ଓ ନୂଆ ପିଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |