ଆୟନୀୟ ସମୀକରଣ ଲିଖନ ପଦ୍ଧତି

ଯେଉଁ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ମୁକ୍ତ ଯୁକ୍ତାୟନ ଏବଂ ବିଯୁକ୍ତାୟନ ସୃଷ୍ଟି କରେ, ସେମାନଙ୍କ ସଙ୍କେତ (Formula) ର ଦକ୍ଷିଣ ପାର୍ଶ୍ବରେ ‘ଆକ୍’ (aq) ଲେଖାଯାଏ । aq. ର ପୂରା ଶବ୍ଦ ହେଲା aqueous ଅର୍ଥାତ୍ ଜଳୀୟ । କୌଣସି ରାସାୟନିକ ସଙ୍କେତ ପାଖରେ (aq) ଲେଖାଥିଲେ, ମନେକରିବାକୁ ହେବ ଯେ ସେହି ପଦାର୍ଥଟି ଜଳରେ ଦ୍ରବଣୀୟ ଏବଂ ତାହାର ଆୟନୀକରଣ (ionisation) ଘଟି ଯୁକ୍ତାୟନ ଏବଂ ବିଯୁକ୍ତାୟନ ସୃଷ୍ଟି ହେବ । ଚାଲ ପ୍ରଥମେ ଏକ ଏସିଡ୍ - ବେସ୍‌ର ପ୍ରଶମିନୀକରଣ (neutralisation) ପ୍ରତିକ୍ରୟାର ଆଣବିକ ସମୀକରଣ (molecular equation) ଲେଖିବା । ଉଦାହରଣ 1: HCl (aq) + NaOH (aq) → NaCl (aq) + H~2~O (l) HCl ପାଖରେ (aq) ସଙ୍କେତ ରହିଛି ଏବଂ ଏହା ଏକ ସବଳ ଏସିଡ଼, ତେଣୁ ତାହାର ଆୟନୀକରଣ ଘଟି H^+^ ଆୟନ୍ ଓ CI^-^ ଆୟନ୍ ରେ ପରିଣତ ହୁଏ । ସେହିଭଳି NaOH (aq) ଦିଏ Na^+^ ଓ OH^-^ ଏବଂ NaCl (aq) ଦିଏ Na^+^ ଓ Cl^-^ । H~2~O ପାଖରେ କିନ୍ତୁ (aq) ସଙ୍କେତ ନାହିଁ । ସେଥିପାଇଁ ତାହାର ଆୟନୀକରଣ ହୁଏ ନାହିଁ । (I) ଅର୍ଥ ହେଲା liquid ବା ତରଳ । ତେଣୁ ସମ୍ପୂର୍ଣ୍ଣ ଆୟନୀୟ ସମୀକରଣ ହେବ; H^+^ + Cl^–^ + Na^+^

To continue reading "ଆୟନୀୟ ସମୀକରଣ ଲିଖନ ପଦ୍ଧତି", login now.

This page has been protected for subscriber only.