1. ମୌଳିକମାନଙ୍କର ପ୍ରତୀକ
2. ଯୋଜ୍ୟତା
3. କ୍ଷାରୀୟ ଓ ଅମ୍ଳୀୟ ମୂଳକ
4. ଯୋଜ୍ୟତାର ଆଧୁନିକ ସଂଜ୍ଞା
5. ସହଯୋଜ୍ୟତା
6. ରାସାୟନିକ ସଂକେତ
7. ଦୁଇ - ମୌଳିକ ବିଶିଷ୍ଟ ସହସଂଯୋଜ୍ୟ ଯୌଗିକର ସଂକେତ ଲିଖନ ପଦ୍ଧତି
8. ରାସାୟନିକ ପ୍ରତିକ୍ରିୟା ସମୀକରଣ
9. ଅମ୍ଳ ଓ କ୍ଷାର
10. ଆୟନୀୟ ସମୀକରଣ ଲିଖନ ପଦ୍ଧତି
11. ଅଭ୍ୟାସ ପ୍ରଶ୍ନ (PRACTICE QUESTIONS)
12. SAQ ମାନଙ୍କର ଉତ୍ତର (Answers to Self Assessment Questions/SAQs)
ସହଯୋଜ୍ୟତା
ଏକ ସାହଯୋଜୀ ବା ସହସଂଯୋଜ୍ୟ ଅଣୁ (ଉ. H~2~O) କିମ୍ବା ଆୟନରେ (ଉ. SO~4~^2-^) (covalent molecule or ion) ଗୋଟିଏ ପରମାଣୁ ନିଜର ଯେତୋଟି ଇଲେକଟ୍ରନ୍ ଅନ୍ୟ ପରମାଣୁ ସହିତ ସହଭାଜନ (share) କରିଥାଏ, ତାହାକୁ ତାହାର ସହଯୋଜ୍ୟତା କୁହାଯାଏ ।

ଗୋଟିଏ ଜଳ ଅଣୁରେ ଗୋଟିଏ O ଏବଂ ଦୁଇଟି H ପରମାଣୁ ମାନଙ୍କ ମଧ୍ୟରେ ଦୁଇଟି ସହସଂଯୋଜ୍ୟ( ସହଯୋଜୀ) ବନ୍ଧ ଅଛି । ପ୍ରତ୍ୟେକ ବନ୍ଧରେ ଦୁଇଟି ଇଲେକଟ୍ରନ୍ ରହିଥାଏ, ସେଥିରୁ ଗୋଟିଏ O ର ଏବଂ ଅନ୍ୟଟି H ର ଇଲେକଟ୍ରନ୍ । ଜଳ ଅଣୁରେ O ପରମାଣୁର ସହଯୋଜ୍ୟତା ହେଲା 2 କାରଣ ତାହା ସମୁଦାୟ ଦୁଇଟି ଇଲେକଟ୍ରନ୍ ( ବାମ ଏବଂ ଡ଼ାହାଣ ପଟେ ଗୋଟିଏ ଲେଖାଏଁ) ସହଭାଜନ କରିଛି । ସେହିଭଳି ପ୍ରତ୍ୟେକ H ର ସହଯୋଜ୍ୟତା ହେଲା 1, କାରଣ ପ୍ରତ୍ୟେକ H ପରମାଣୁ ଗୋଟିଏ ଲେଖାଏଁ ଇଲେକଟ୍ରନ୍ ସହଭାଜନ କରିଛନ୍ତି ।
**ସହଯୋଜ୍ୟତାର ଆଉ ଏକ ସଂଜ୍ଞା ହେଲା ସହଯୋଜୀ ଅଣୁ ବା ଆୟନରେ ଗୋଟିଏ ପରମାଣୁ ଅନ୍ୟ ପରମାଣୁ ମାନଙ୍କ ସହିତ ଯେତୋଟି ଇଲେକଟ୍ରନ୍ ଯୁଗଳ (ସହସଂଯୋଜ୍ୟ ବନ୍ଧ ବା ଗାର) ଦ୍ଵାରା ସଂଯୋଜିତ ହୋଇଥାନ୍ତି ତାହା ହେବ ସେହି ପରମାଣୁର ସହଯୋଜ୍ୟତା ।**
*ଉଦାହରଣ:* ସଲଫେଟ୍ ଆୟନର ସହସଂଯୋଜୀ ବନ୍ଧ ଚିତ୍ର ଦେଖି ସଲଫର୍ ପରମାଣୁର ସହଯୋଜ୍ୟତା କେତେ ହେବ କୁହ ?

To continue reading "ସହଯୋଜ୍ୟତା", login now.
This page has been protected for subscriber only.