ଯୋଜ୍ୟତା

ପରମାଣୁମାନଙ୍କର ପରସ୍ପର ସହ ମିଳିତ ହେବାର ସାମର୍ଥ (combining capacity) କୁ ଯେଉଁ ଶବ୍ଦ ଦ୍ଵାରା ପ୍ରକାଶ କରାଯାଏ ତାହାକୁ କୁହାଯାଏ ଯୋଜ୍ୟତା (Valency) I ###ପୂରାତନ ସଂଜ୍ଞା: ମୌଳିକର ଗୋଟିଏ ପରମାଣୁ ଯେତୋଟି ହାଇଡ୍ରୋଜେନ ପରମାଣୁ ବା ହାଇଡ୍ରୋଜେନ ଭଳି ଏକ-ଯୋଜ୍ୟତା ବିଶିଷ୍ଟ ଅନ୍ୟ ଯେ କୌଣସି ମୌଳିକ ପରମାଣୁ ସହିତ ରାସାୟନିକ ବନ୍ଧ ଗଠନ କରିପାରେ ତାହାକୁ ମୌଳିକର ଯୋଜ୍ୟତା କହନ୍ତି । ଗୋଟିଏ କ୍ଲୋରିନ୍ (CI) ପରମାଣୁ ଗୋଟିଏ ହାଇଡ୍ରୋଜେନ ପରମାଣୁ (H) ସହିତ ସଂଯୋଗ କରି ହାଇଡ୍ରୋଜେନ କ୍ଲୋରାଇଡ଼୍ (HCI) ସୃଷ୍ଟି କରିପାରୁଥିବାରୁ CI ର ଯୋଜ୍ୟତା ହେଲା 1 । ଗୋଟିଏ ଅକ୍ସିଜେନ (O) ପରମାଣୁ ଦୁଇଟି ହାଇଡ୍ରୋଜେନ ପରମାଣୁ (H) ସହିତ ବନ୍ଧ ସୃଷ୍ଟି କରି ଗୋଟିଏ ଜଳ ଅଣୁ (H~2~O) ସୃଷ୍ଟି କରିପାରୁଥିବାରୁ ‘O’ ର ଯୋଜ୍ୟତା ହେଲା 2 । ସେହିଭଳି ଗୋଟିଏ ନାଇଟ୍ରୋଜେନ (N) ପରମାଣୁ 3 ଟି ହାଇଡ୍ରୋଜେନ (H) ପରମାଣୁ ସହିତ ସଂଯୋଜିତ ହୋଇ ଗୋଟିଏ ଆମୋନିଆ (NH~3~) ଅଣୁ ସୃଷ୍ଟି କରିପାରୁଥିବାରୁ ‘N’ ର ଯୋଜ୍ୟତା 3 । ଗୋଟିଏ କାର୍ବନ୍ (C) ପରମାଣୁ 4 ଟି ହାଇଡ୍ରୋଜେନ (H) ପରମାଣୁ ସହିତ ମିଶି ଗୋଟିଏ ମିଥେନ୍ (CH~4~) ଅଣୁ ସୃଷ୍ଟି କରୁଥିବାରୁ ‘C’ ର ଯୋଜ୍ୟତା 4 । ମୌଳିକମାନେ ସିଧାସଳଖ ହାଇଡ୍ରୋଜେନ ସହିତ ସଂଯୋଗ ନ କରି ଅନ୍ୟ କୌଣସି ଏକ-ଯୋଜ୍ୟତା ବିଶିଷ୍ଟ ମୌଳିକ ସହିତ

To continue reading "ଯୋଜ୍ୟତା", login now.

This page has been protected for subscriber only.