କ୍ଷାରୀୟ ଓ ଅମ୍ଳୀୟ ମୂଳକ

କାଳକ୍ରମେ ଯେତେବେଳେ ଜଟିଳ ଯୌଗିକ ପଦାର୍ଥରେ (2ଟିରୁ ଅଧିକ ସଂଖ୍ୟକ ମୌଳିକ ଥିବା) ମୌଳିକ ମାନଙ୍କର ଯୋଜ୍ୟତା ନିରୂପଣ କରିବାକୁ ପଡ଼ିଲା, ସେତେବେଳେ ଆଉ ଏକ ନୂତନ ଶବ୍ଦର ଉତ୍ପତ୍ତି ହେଲା, ତାହା ହେଲା “ମୂଳକ" ବା radical । ଏହା ଆୟନୀୟ ଯୌଗିକ ପାଇଁ ବ୍ୟବହୃତ ହୋଇଥାଏ । ଗୋଟିଏ ଆୟନୀୟ ଯୌଗିକ (ionic compound) ଅଣୁରେ ଦୁଇଟି ମୂଳକ ଥାଏ । (a) କ୍ଷାରୀୟ ମୂଳକ (basic radical) (b) ଅମ୍ଳୀୟ ମୂଳକ (acid radical) ଉଦାହରଣ ସ୍ଵରୂପ, ସୋଡ଼ିୟମ୍ ସ୍କୋରାଇଡ୍ (Na^+^CI^-^) ରେ ସୋଡ଼ିୟମ୍ (Na^+^) ହେଲା କ୍ଷାରୀୟ ମୂଳକ ଏବଂ କ୍ଲୋରାଇଡ୍ (Cl^-^) ହେଲା ଅମ୍ଳୀୟ ମୂଳକ । ସାଧାରଣତଃ କ୍ଷାରୀୟ ମୂଳକ ଧାତୁ (metal) ବିଶିଷ୍ଟ ହୋଇଥାଏ ଏବଂ ଅମ୍ଳୀୟ ମୂଳକ ଅଧାତୁ (non metal) ବିଶିଷ୍ଟ ହୋଇଥାଏ । କ୍ଷାରୀୟ ମୂଳକ କ୍ଷାରରୁ ଓ ଅମ୍ଳୀୟ ମୂଳକ ଅମ୍ଳ ରୁ ଆସିଥାଏ । ମୂଳକ (radical) ହେଲା ଆୟନୀୟ ଯୌଗିକର ସଂକେତ ଏକକର ଏକ ଅଂଶ । ଏହା ଏକ-ପରମାଣୁ ବିଶିଷ୍ଟ କିମ୍ବା ବହୁ-ପରମାଣୁ ବିଶିଷ୍ଟ ହୋଇପାରେ । ମୂଳକ ଶବ୍ଦର ପ୍ରଚଳନ ଏବେ ନାହିଁ । ### (A) କ୍ଷାରୀୟ ମୂଳକ (Basic Radieal/Positive ions): **(i)** **ଏକପରମାଣୁ ବିଶିଷ୍ଟ କ୍ଷାରୀୟ ମୂଳକ** **(monoatomic basic radical/positive ion):** କ୍ଷାରରୁ ସୃଷ୍ଟି ହୋଇଥିବାରୁ ଏମାନଙ୍କୁ କ୍ଷାରୀୟ ମୂଳକ ମୂଳକ କୁହାଯାଏ । NaOH → Na^+^ + OH^-^ 

To continue reading "କ୍ଷାରୀୟ ଓ ଅମ୍ଳୀୟ ମୂଳକ", login now.

This page has been protected for subscriber only.