ଜୁନ୍ ୨୦୧୨
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ଜୁନ ସଂଖ୍ୟାଟି ।
ବିଜୟାର ଏହି ସଂଖ୍ୟାଟିରେ ଭାରତର ଅନ୍ୟତମ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଭୂପେନ୍ ଖାକ୍ରାଙ୍କ ସମ୍ପର୍କରେ ଏକ ସ୍ଵତନ୍ତ୍ର ଆଲେଖ ପ୍ରସ୍ତୁତ କରିଛନ୍ତି ଡ. ସୁନୀଲ୍ କୋଠାରୀ । ଏହା ସହିତ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ବିଶେଷ ପ୍ରସଙ୍ଗ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଦିଗନ୍ତ
ଭ୍ଲାଦିମିର୍ ମାୟେକୋଭସ୍କିଙ୍କ କବିତା
ସମ୍ପାଦକୀୟ
ଶିଳ୍ପୀର ଦାୟିତ୍ୱ: କେଦାର ମିଶ୍ର
କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର
ଗଳ୍ପ
ପ୍ରମୋହନ: ନରେନ୍ଦ୍ର ସାହୁ
ବିଶେଷ ପ୍ରସଙ୍ଗ
ପକ୍ଷୀପ୍ରାଣ - ସଲିମ୍: ନୀଳାଦ୍ରି ବିହାରୀ ମିଶ୍ର
ଜୀବନର ଗଳ୍ପ
ଅନାହତ: ରାମକୃଷ୍ଣ ସାହୁ
କବିତା
ପ୍ରତିଭା ଶତପଥୀ
ଶୈଳଜ ରବି
ଦାଶ ବେନହୁର୍
ଜୟନ୍ତିକା
ମନୋରଞ୍ଜନ ପାଣିଗ୍ରାହୀ
ଚକ୍ରପାଣି ପରିଚ୍ଛା
ଅନୁବାଦ ଗଳ୍ପ
ଭୂପେନ୍ ଖାକ୍ରା - ଚିହ୍ନା ଚିହ୍ନା ସ୍ମୃତି: ଡ. ସୁନୀଲ୍ କୋଠାରୀ ବଲେଚା: ରମାକାନ୍ତ ସାମନ୍ତରାୟ
ସ୍ଵତନ୍ତ୍ର ପ୍ରସଙ୍ଗ
ଆଣ୍ଟାର୍କଟିକାରେ ରଥଯାତ୍ରା: ଅସିତ କୁମାର ସ୍ଵାଇଁ
ଗଳ୍ପ
ଅନେକ ମହିଷାସୁର: ଯଶୋବନ୍ତ ମହାରଣା
ଭ୍ରମଣ କାହାଣୀ
ଡେଲ୍ହାଉସୀ - ଏକ ବାସ୍ନାୟିତ ପୁରୁଣା ପୃଥିବୀ: ପ୍ରିୟବ୍ରତ ପାତ୍ର
ଗଳ୍ପ
ଅଲୋଡ଼ା: ସୀମାଞ୍ଚଳ ଦାଶ
ବହି ଚର୍ଚ୍ଚା
ଜହ୍ନରାତିର ଜଖମ୍ ଘୋଡ଼ା ଓ ଅସରନ୍ତି କବିତାର ଗତି: ଅନୁପମ
ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ
ଧେତ୍ତେରିକା: ଅଶ୍ୱିନୀ-ଅବନୀ