ସୁନାକ୍ଷେତ
ଗାଉଁଲି କୃଷକର ସ୍ବାଭିମାନ ସହ ଜଡିତ ଉପନ୍ଯାସ 'ସୁନାକ୍ଷେତ' ।
Publisher: ରାମାଂଶୁ ପ୍ରକାଶନୀ
Author: ନବ କୁମାର ଦାସ
Digital (PDF)
INR 40.00
ବୁଭୁକ୍ଷ ଜନତାର କ୍ଷୁଧାକୁ ମେଣ୍ଟାଉଥିବା ଅନ୍ନଦାତା କୃଷକଟିର ଅତି ନିଜର ହେଉଛି ତା'ର କ୍ଷେତ ଖଣ୍ଡିକ। ଏହା କେବଳ ଯେ ତା'ର ପରିବାର ପ୍ରତିପୋଷଣର ମାଧ୍ୟମ ତାହା ନୁହେଁ, ବରଂ ଚ ଏହା ତା'ର ଆଶା, ଭରସାରେ ଫେଣ୍ଟା ସପନର ଏନ୍ତୁଡ଼ିଶାଳ। ସର୍ବୋପରି ଏହା ତା' ସ୍ଵାଭିମାନର ମୂଳଦୁଆ। କିନ୍ତୁ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଛି ଏକ ହୀନ ସ୍ଵାର୍ଥଲୋଭୀ କୁଚକ୍ରୀ ଖଳ ଲୋକ। ସେ ଜଘନ୍ୟ ଷଡ଼ଯନ୍ତ୍ରକାରୀ କବଳରୁ ଏହାକୁ ମୁକୁଳେଇବାକୁ ଅଣ୍ଟା ଭିଡିଛି ଜଣେ ଆଉ ପୁଣି ସୌଭାଗ୍ୟ ଲକ୍ଷ୍ମୀଙ୍କ କୃପାଦୃଷ୍ଟିରେ ଶ୍ରୀହୀନ ହୋଇ ପଡ଼ିଥିବା କ୍ଷେତଟି ପାଲଟି ପାରିଛି ସୁନା କ୍ଷେତ। ଏଭଳି ସୁନ୍ଦର ବଳିଷ୍ଠ କାହାଣୀକୁ ଉପଜୀବ୍ୟ କରି ଲେଖା ହୋଇଥିବା ଲଘୁ ଉପନ୍ୟାସଟି ଲଘୁ ଉପନ୍ୟାସ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ପାରିବା ଜମାରୁ କାକତାଳୀୟ ମନେ ହେବ ନାହିଁ।