
ଶବ୍ଦର ଅଭିସାର
ଜାନକୀ ବଲ୍ଲଭ ଦାଶଙ୍କ ରଚିତ ଏହି ସଂକଳନରେ ଭାବୋଦ୍ଦୀପର ରସାଳ କବିତାଗୁଡିକ ସ୍ଥାନିତ ହାେଇଛି ।
Publisher: ରାମାଂଶୁ ପ୍ରକାଶନୀ
Author: ଜାନକୀ ବଲ୍ଲଭ ଦାଶ
Digital (PDF)
INR 80.00
ଦିଗବିଦିଗ ଘୂରିବୁଲେ ମନର ଯେ ଭାବନା,
ଜୀବନର ଅନୁଭବ ସ୍ଵପ୍ନ ଆଶା କାମନା।
ଅହର୍ନିଶ ଉସୁକାଏ କରିବାକୁ ସାଧନା,
ବ୍ୟଗ୍ର ହୁଏ ସେଥିଲାଗି ଲେଖନୀର ଚାଳନା।
ପ୍ରକଟି ଗଲା ବିଦଗ୍ଧ ପ୍ରାଣର ଅନ୍ତଃସ୍ଵର,
ରଚିଛି କବି ଦେଖ ଏ “ଶବ୍ଦର ଅଭିସାର”।