ପରାହତ ନାୟକ

ଏକ ଅନବଦ୍ୟ ଉପନ୍ୟାସ 'ପରାହତ ନାୟକ' ।
Author: ଅଭିରାମ ମଣ୍ଡଳ
Digital (PDF)
INR 200.00

“ପରାହତ ନାୟକ” ଏମିତି ଏକ ନାୟକର ଜୀବନଗାଥା ଯିଏ ଜୀବନର ପ୍ରତିଟି ପଦପାତରେ ପ୍ରତିକୂଳକୁ ସାମ୍ନା କରିଛି।। ତାକୁ ପରାହତ କରିବାର ଭରପୁର ଚେଷ୍ଟା କରିଛି, ନିୟତି। କ୍ରୁର ସମୟର ଅଟ୍ଟହାସ୍ୟରେ ସେ ଲହୁଲୁହାଣ ହୋଇ ଅକଥନୀୟ ଦୈନ୍ୟତାର ଶିକାର ହୋଇଛି। ତଥାପି ତା'ର ଅବଦମିତ ସାହସ ଓ ପରାଜୟ ସ୍ଵୀକାର ନ କରିବାର ଦୃଢ ମାନସିକତା ପାଖରେ ନିୟତି ବି ଶେଷରେ ନତମସ୍ତକ ହୋଇଛି। ସେ ଜୀବନ ଯୁଦ୍ଧରେ ପରାହତ ହୋଇ ସୁଦ୍ଧା ନିୟତି ଦ୍ଵାରା ଜଣେ ବିଜେତା ଭାବେ ଉଭା ହୋଇଛି। ଗାଁ ଓ ସହର, ଉଭୟ ପୃଷ୍ଠଭୂମି ମଧ୍ୟରେ ସୁନ୍ଦର ସମନ୍ୱୟ ସହିତ ଏଥିରେ ବିଭିନ୍ନ ବାସ୍ତବଧର୍ମୀ ଘଟଣା ନିଶ୍ଚୟ ପାଠକୀୟ ଚେତନାରେ ଗଭୀର ଆଲୋଡନ ସୃଷ୍ଟି କରି ପାରିବ, ଏଥିରେ ସନ୍ଦେହ ନାହିଁ।

Report an Error