ଅଳସ ଅପରାହ୍ଣ
ଜାନକୀ ବଲ୍ଲଭ ଦାଶଙ୍କ ରଚିତ ଏହି ସଂକଳନରେ ପୁରୁଣା ସ୍ମୃତି, ଅନୁଭୂତି ଓ ଅନୁଭବର କଥା ରହିଛି ।
Publisher: ରାମାଂଶୁ ପ୍ରକାଶନୀ
Author: ଜାନକୀ ବଲ୍ଲଭ ଦାଶ
Digital (PDF)
INR 100.00
ବୟସ ବଢିବା ସହ ଜୀବନ ଏକ ସୂର୍ଯ୍ୟାସ୍ତ ଆଡକୁ ମୁହାଁଇଥାଏ । ବୟସର ଅପରାହ୍ଣରେ ଉତ୍ସାହ, ଉଦ୍ଦୀପନା ଓ କର୍ମ ତତ୍ପରତା ଧୀମେଇ ଯାଇ କେମିତି ଏକ ଅଳସୁଆ ଭାବ ଆବୋରି ବସେ । ହେଲେ ଏହି ଅଳସ ଅପରାହ୍ଣରେ ପୁରୁଣା ସ୍ମୃତିଗୁଡିକ ଅନୁଭୂତି ଓ ଅନୁଭବର ପସରା ମେଲି ନିଜକୁ ଆତ୍ମପ୍ରକାଶ କରିବାକୁ ବ୍ୟଗ୍ର ହୋଇ ଉଠନ୍ତି, ଆଉ ଏଇ ଅବଲମ୍ବନରେ ଲେଖା ହୋଇଯାଏ ଅନେକ ମନଛୁଆଁ କଥା ଏବଂ କାହାଣୀ ଯାହାକୁ ପାଠ କଲେ ନିରୋଳା ପାଠକଟିଏ ପାଇଯାଏ ଜୀବନ ଉପଯୋଗୀ ଅନେକ ମୂଲ୍ୟବାନ ଉପାଦାନ।