Digbalaya
୨୦୦୯ ମସିହା ଏପ୍ରିଲ ୨୭ ତାରିଖ ଅକ୍ଷୟ ତୃତୀୟାରେ ଭୁଵନେଶ୍ଵରରୁ ଜନ୍ମଲାଭ କରିଥିବା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ‘ଦିଗଵଳୟ’ ଆଜି ସାହିତ୍ୟପ୍ରେମୀ ଓଡ଼ିଆ ପାଠକମାନଙ୍କ ନିକଟରେ ସୁପରିଚିତ । ’ଦିଗଵଳୟ’ କେବଳ ଏକ ପତ୍ରିକା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଅଙ୍ଗିକାରବଦ୍ଧତାର ପରିପ୍ରକାଶ ଓ ଏହାର ସୁରକ୍ଷା ଓ ପ୍ରସାର ପାଇଁ ଏକ ନିରବ ଅଭିଯାନର ଅଂଶଵିଶେଷ । ଶୃଙ୍ଖଳିତ ସମ୍ପାଦନା, ସୁଦୃଶ୍ୟ ପରିପାଟୀ, ସୃଷ୍ଟି ସମ୍ଭାରର ଅନାସକ୍ତ ଚୟନ, ସମ୍ଭାବନାପୂର୍ଣ୍ଣ ଲେଖକ ଲେଖିକାମାନଙ୍କୁ ପ୍ରୋତ୍ସାହନ ଓ କାଳଜୟୀ ସାହିତ୍ୟକୃତିମାନଙ୍କର ପୁନଃପ୍ରକାଶନ ଇତ୍ୟାଦି ‘ଦିଗଵଳୟ’ର ପାଠକୀୟ ଶ୍ରଦ୍ଧା ଓ ଆଦୃତି ଵୃଦ୍ଧିରେ ସହାୟକ ହୋଇଛି।
Digbalaya ଏପର୍ଯ୍ୟନ୍ତ କୌଣସି ପୁସ୍ତକ (ଇଂରାଜୀ) ଯୋଡି ନାହାଁନ୍ତି।
Digbalaya ଏପର୍ଯ୍ୟନ୍ତ କୌଣସି ପୋଷ୍ଟ (ଇଂରାଜୀ) ଯୋଡି ନାହାଁନ୍ତି।
Digbalaya ଏପର୍ଯ୍ୟନ୍ତ କୌଣସି ପୋଷ୍ଟ (ଓଡିଆ) ଯୋଡି ନାହାଁନ୍ତି।
Digbalaya ଏପର୍ଯ୍ୟନ୍ତ କୌଣସି ପୁସ୍ତକ (ହିନ୍ଦୀ) ଯୋଡି ନାହାଁନ୍ତି।
Digbalaya ଏପର୍ଯ୍ୟନ୍ତ କୌଣସି ପୋଷ୍ଟ (ହିନ୍ଦୀ) ଯୋଡି ନାହାଁନ୍ତି।