ସେପ୍ଚେମ୍ବର - ଅକ୍ଟୋବର ୨୦୦୬

ଶାରଦୀୟ ବିଶେଷାଙ୍କ ତଥା ସେପ୍ଚେମ୍ବର - ଅକ୍ଟୋବର ୨୦୦୬ ସଂଖ୍ଯାରେ ରହିଛି ଉନ୍ନତମାନର ଲେଖା । ଗପ, କବିତା, ପ୍ରବନ୍ଧ ସହ ଏଥିରେ ରହିଛି ଆହୁରି ଅନେକ କିଛି ।
Digital (PDF)
INR 50.00

ଶାରଦୀୟ ବିଶେଷାଙ୍କ ତଥା ସେପ୍ଚେମ୍ବର - ଅକ୍ଟୋବର ୨୦୦୬ ସଂଖ୍ଯାର ପ୍ରଚ୍ଛଦରେ ରହିଛି ଡ. ଦିନନାଥ ପାଠୀଙ୍କ ପେଣ୍ଟିଂ ଦେବୀ । ଏହି ପ୍ରଚ୍ଛଦର ଅଳଙ୍କରଣ କରିଛନ୍ତି ଆମ ସମୟର କବି ତଥା ଲେଖକ ସରାେଜ ବଳ । ଶଶାଙ୍କ ଚୂଡାମଣିଙ୍କ ସମ୍ପାଦନାରେ ପ୍ରକାଶିତ ବିଶ୍ବମୁକ୍ତି ପତ୍ରିକାଟିର ସେପ୍ଚେମ୍ବର - ଅକ୍ଟୋବର - ୨୦୦୬ ସଂଖ୍ଯାର ପ୍ରଥମ ପ୍ରସଙ୍ଗରେ ରହିଛି ପର୍ଲ ଲାଉଟର୍ ଙ୍କ ସହ ଅନ୍ତରଙ୍ଗ କଥାବାର୍ତ୍ତା । ଏହାର ପ୍ରସ୍ତୁତି ଓ ଉପସ୍ଥାପନା କରିଛନ୍ତି ସୋହୈଲ୍ ଅଖତର୍, ଜାକିର ଖାନ୍ ଓ ସରାେଜ ବଳ । ସେହିପରି ଏହି ସଂଖ୍ଯାରେ ଆଦିକନ୍ଦ ସାହୁ, ଡକ୍ଚର ଉମେଶ ପତ୍ରୀ, ବାଞ୍ଛାନିଧି ଦାସ, ଡ. ଫଣୀନ୍ଦ୍ର ଭୂଷଣ ନନ୍ଦ, ନାରାୟଣ ପଣ୍ଡା, ଭଗବାନ ମହାନ୍ତି, କୁମୁଦିନୀ ପଣ୍ତାଙ୍କ ପ୍ରବନ୍ଧ ରହିଛି । ଫିଚର୍ ରେ ସୀମନ୍ତ ମହାନ୍ତିଙ୍କ 'ନାଟକରେ ସ୍ଥାନକାଳ ନିର୍ମାଣ', ରମାକାନ୍ତ ସାମନ୍ତରାୟଙ୍କ 'ହୁସେନ୍ ସାହେବଙ୍କ ପିଲାଦିନ', କେଦାର ମିଶ୍ରଙ୍କ 'ଶ୍ରୀମନ୍ଦିର ଉପରେ ପ୍ରଥମ ଦେଶୀ ଆକ୍ରମଣ' ରହିଛି । ସେହିପରି ଏହି ସଂଖ୍ଯାରେ ବିଭୂତି ପଟ୍ଟନାୟକ, ସରୋଜ ମିଶ୍ର, ଅଜିତ୍ କୁମାର ତ୍ରିପାଠୀ, ଜ୍ଯୋତି ନନ୍ଦ, ସଞ୍ଜୀବ ଚନ୍ଦ୍ର ହାେତା, ଦେବେନ୍ଦ୍ର ନାଥ ମାନସିଂହ, କବିତା ବାରିକ, ମହାନ୍ତି ଗୋପୀନାଥ, ଭୂପେନ୍ ମହାପାତ୍ର, ଅଜୟ ସ୍ବାଇଁ, ମଳୟ ମିଶ୍ର, ସତ୍ଯପ୍ରିୟ ମହାଳିକ, ସୁପ୍ରିୟା ପାଲ୍, ସୁପ୍ରିୟା ମଲ୍ଲିକ୍, ରମେଶ ଚନ୍ଦ୍ର ବିଶ୍ବାଳ, ତୃପ୍ତି ମହାନ୍ତିଙ୍କ ଗଳ୍ପ ରହିଛି । ପ୍ରତିଭା ଶତପଥୀଙ୍କ ସ୍ମୃତିଲିପି ରହିଥିବାବେଳେ ସୁରେଶ ବଳବନ୍ତରାୟଙ୍କ ଉପନ୍ଯାସ 'ନଷ୍ଟ ରଙ୍ଗଶାଳା', ଆଦିତେଶ୍ବର ମିଶ୍ରଙ୍କ ଉପନ୍ଯାସ 'ସୁଅରେ ଲୁହରେ'… ଆଦି ଏହି ସଂଖ୍ଯାର ମୁଖ୍ଯ ଆକର୍ଷଣ ।

ପୂଜା ସଂଖ୍ଯାରେ ସୀତାକାନ୍ତ ମହାପାତ୍ର, ସୌରୀନ୍ଦ୍ର ବାରିକ୍, ହରପ୍ରସାଦ ଦାସ, ପ୍ରମୋଦ କୁମାର ମହାନ୍ତି, ଆଶୁତୋଷ ପରିଡା, ଅଶ୍ବିନୀ କୁମାର ମିଶ୍ର, ପ୍ରଭାକର ଶତପଥୀ, ଭାଗୀରଥି ମିଶ୍ର, କୁଳମଣି ନାଥଶର୍ମା, ଭିକାରୀ ଧଳ, ରାଜକିଶୋର ଦାସ, ଅଭିରାମ ଦାସ, ଶକ୍ତି ମହାନ୍ତି, ରମାକାନ୍ତ ଗୋଚ୍ଛାୟତ, ରମେଶ ପତି, ସୁଜାତା ମହାନ୍ତି, ପ୍ରସନ୍ନ କୁମାର ପାଟ୍ଟଶାଣୀ, ହରିହର ମିଶ୍ର, ଅମରେନ୍ଦ୍ର ଖଟୁଆ, ଡ. ହୁସେନ ରବିଗାନ୍ଧୀ, ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ବିଜୟ କେତନ ପଟ୍ଟନାୟକ, ମନୁ ଦାଶ, କୁମାର ହସନ୍, ଶତ୍ରୁଘ୍ନ ପାଣ୍ଡବ, ସୁରେନ୍ଦ୍ର କୁମାର ଖୁଣ୍ଟିଆ, ସୁଚିତ୍ରା ପାଣିଗ୍ରାହୀ, ସଦାଶିବ ଦାଶ, ନିରଞ୍ଜନ ଜେନା, ଗୌତମ ଜେନା, ଅଭିନ୍ନ ସାହୁ, କୁଳମଣି ଜେନା, ଭଗବାନ ମହାପାତ୍ର, ପବିତ୍ରମୋହନ ଦାଶ, ଦିଲ୍ଲୀପ କୁମାର ସ୍ବାଇଁ, ନୀଳାଦ୍ରି ଭୂଷଣ ହରିଚନ୍ଦନ, ଶୁଭକାନ୍ତ ବେହେରା, ଫନୀ ମହାନ୍ତି, ଶ୍ରୀହରି ଧଳ, ଶଙ୍କର୍ଷଣ ପରିଡା, ସନ୍ତାେଷ କୁମାର ମିଶ୍ର, ପୀତାମ୍ବର ତରାଇ, ସେନାପତି ପ୍ରଦ୍ଯୁମ୍ନ କେଶରୀ, ନିବେଦିତା ମିଶ୍ରଗୁରୁ, ବାସୁଦେବ ସୁନାନୀ, ଗୌରାଙ୍ଗ ଚନ୍ଦ୍ର ଦାଶ, କୃଷ୍ଣ ମିଶ୍ର, ରବି ରାୟ, ରଂଜନ କୁମାର ଦାସ, ସରୋଜିନୀ ଜେନା, ହେମନ୍ତ କୁମାର ରାଉତ, ରଜନୀ ରଣସିଂହଙ୍କ କବିତା ରହିଛି । ସେହିପରି ଏହି ସଂଖ୍ଯାରେ 'ଶବ୍ଦ ତର୍ପଣ', 'କରଡି ହାଟ', 'ପଖନା ପୂଜା', 'ଗୀତ ଗଇନ୍ତି' ଆଦି ପୁସ୍ତକର ସମୀକ୍ଷା ରହିଛି । ଆହୁରି ମଧ୍ୟ ଅନ୍ଯ ଦିଗନ୍ତରେ ଭୀଷ୍ମ ସାହାଣୀ, ଇନ୍ଦିରା ଗୋସ୍ବାମୀ, ସମୀର ତାନ୍ତି, ଗଙ୍ଗାମୋହନ ମିଲି, ନୋମିଆଁ ଡି ସାେଷା, ଅନୀଲ୍ କୁମାର ପୁରୋହିତ, ଶଙ୍କରଲାଲ୍ ପୁରୋହିତଙ୍କ ଲେଖା ରହିଛି ।

ଏଥରର ବ୍ୟକ୍ତିତ୍ବରେ ଅଛନ୍ତି ସମର୍ପିତ ସ୍ବର ଓ ଭାବର କାରିଗର - ପ୍ରଫୁଲ୍ଲ କର । ଆଶିଷ ଗଡନାୟକ, ରମାକାନ୍ତ ସାମନ୍ତରାୟ, ସୁରେଶ ବଳବନ୍ତରାୟ ପ୍ରମୁଖ ପତ୍ରିକାର ଅଳଙ୍କରଣ କାର୍ଯ୍ଯ କରିଛନ୍ତି ।

Report an Error