ସେ ସମୟ ଆଉ ନାହିଁ

ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ରଚିତ 'ସେ ସମୟ ଆଉ ନାହିଁ'ର ପ୍ରତିଟି କବିତାରେ ଶବ୍ଦର ସାବଲୀଳତା ଓ ଭାବର ପରିପ୍ରକାଶ ଅତ୍ୟନ୍ତ ହୃଦୟସ୍ପର୍ଶୀ ।
ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ
Digital (PDF)
INR 100.00

ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ । ସେ ବିସ୍ମୟର ବ୍ଯାକରଣ । ସୃଜନର ନୂତନ ପ୍ରତିଶବ୍ଦ । ନେତୃତ୍ବର ନବ ପର୍ବ । ସେ ଏକ ପ୍ରତିଭାର ପ୍ରମତ୍ତ ପର୍ବ । ସୃଜନର ସମସ୍ତ ଦିଗ ଓ ଦିଗନ୍ତକୁ ସ୍ପର୍ଶ କରିଛି ତାଙ୍କର ପ୍ରତିଭା । କବିତାରୁ ଗପ ଓ ଉପନ୍ଯାସ ପର୍ଯ୍ଯନ୍ତ ତାଙ୍କର ବ୍ଯାପ୍ତି ଓ ଦ୍ଯୁତି ।

କବିତା ସଂକଳନ 'ସେ ସମୟ ଆଉ ନାହିଁ'ରେ ରହିଛି ତେତିଶିଟି କବିତା । ଏଥିରେ ସନ୍ନିବିଷ୍ଟ ପ୍ରତ୍ଯେକ କବିତାରେ ଥିବା ସହଜ ସରଳ ଅନ୍ତର୍ମୁଖୀ ଶବ୍ଦ ବିନ୍ଯାସ ତଥା ଚିତ୍ରକଳ୍ପ ଏତେ ସ୍ପଷ୍ଟ ଯେ, ଯେକୌଣସି ବର୍ଗର ପାଠକଙ୍କୁ ବେଶ୍ କିଛି କ୍ଷଣ ଭାବ ସମୁଦ୍ରରେ ସ୍ନାନ କରିବାକୁ ବାଧ୍ୟ କରିବ ।

Report an Error