ଶାଏରୀ ଶତକ

କବି ଭଗବାନ ମହାପାତ୍ରଙ୍କ 'ଶାଏରୀ ଶତକ' - ନିଜ ଭିତରର ସ୍ବରକୁ ସ୍ପଷ୍ଟ ରୂପେ ଶବ୍ଦରେ ପ୍ରକାଶ କରୁଛି । ଜୀବନ ଓ ମୃତ୍ଯୁର ବାସ୍ତବତାର କଥାକୁ ଏଠାରେ କବି ଶାଏରୀ ମାଧ୍ୟମରେ କହିଛନ୍ତି ।
ଭଗବାନ ମହାପାତ୍ର
Digital (PDF)
INR 100.00

ନବେ ଦଶକରୁ ପ୍ରଗତିଶୀଳ କବିତା ରଚନା କରିବାରେ ଏକ ପରିଚିତ ନାମ ହେଉଛନ୍ତି କବି ଭଗବାନ ମହାପାତ୍ର । ଅଗ୍ନିବୀଣା, ଆରୋହଣ ଆଦି କ୍ରାନ୍ତିକାରୀ ସାହିତ୍ଯ ପତ୍ରିକା ସମ୍ପାଦନା କରି ସେ ଜଣେ ଧୂରୀଣ ସମ୍ପାଦକ ଭାବରେ ଯେତିକି ଜଣାଶୁଣା, ପ୍ରଗତିଶୀଳ ଗଳ୍ପ ରଚନା କ୍ଷେତ୍ରରେ ମଧ୍ୟ ତତୋଧିକ ପରିଚିତ । 'ଶାଏରୀ ଶତକ' ସଂକଳନରେ ନିଜ ଭିତରର ସ୍ପଷ୍ଟ ସ୍ବରର ଉତ୍ତାଳ ଉର୍ମିମାଳା, ଶବ୍ଦ ରୂପରେ ପ୍ରକଟିତ ହାେଇଛନ୍ତି । ସେଥିପାଇଁ ତ କବି କହିଛନ୍ତି - ଜୀବନ ଡାକୁଚି ଫୁଲର ଶେଯରେ ...ଚହଟାଇ ଦେଇ ବାସ...ସରଗ ଡାକୁଚି ହାତଠାରି ମୋତେ...ଆସ ମୋ' ସାଥିରେ ଆସ....ଜୀବନ ଅଟେ ମୋ' ମିତ। ଜୀବନ ଲୋଭରେ ବଂଚିଚି ହେଲେ...ମୃତ୍ୟୁ ଅଟଇ ସତ୍ୟ ।

Report an Error