ରାଷ୍ଟ୍ର ନାୟକ - ବିଜୁ ପଟ୍ଟନାୟକ

ଶଶାଂକ ଚୂଡ଼ାମଣିଙ୍କ ସମ୍ପାଦନାରେ ପ୍ରସ୍ତୁତ ବିଜୁବାବୁଙ୍କ ଜୀବନୀ - ରାଷ୍ଟ୍ର ନାୟକ - ବିଜୁ ପଟ୍ଟନାୟକ । କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ବିଜୁବାବୁଙ୍କ ଜୀବନ ସମ୍ପର୍କିତ ଅନେକ ଜଣା ଅଜଣା କଥା ରହିଛି ଏଥିରେ ।
ଶଶାଂକ ଚୂଡ଼ାମଣି
Digital (PDF)
INR 100.00

ବିଜୁ ପଟ୍ଟନାୟକ । ଏକ ତେଜିୟାନ ଅଭିଜାତ ବ୍ୟକ୍ତିତ୍ୱ । ସ୍ୱାଭିମାନ, ଆତ୍ମସମ୍ମାନ ତଥା ଆତ୍ମବିଶ୍ୱାସର ଏକ ଜ୍ୱଳନ୍ତ ଅଗ୍ନିଶିଖା, ଓଡ଼ିଶାର ବରପୁତ୍ର, ଆଧୁନିକ ଓଡ଼ିଶାର ନିର୍ମାତା, ଜନଗଣ ମନର ବାଦ୍‍ଶା । ୟେ ନାମ ପୂର୍ବରୁ ସ୍ୱର୍ଗତ ଶୋଭାପାଏନା । ଆମ ସାମ୍ନାରେ ସେ ଜଣେ ପ୍ରବୀଣ ରାଷ୍ଟ୍ରନୀତିଜ୍ଞ, ତୁଙ୍ଗ ଜନନାୟକ, ବିଶିଷ୍ଟ ଶିଳ୍ପପତି, ଦୁଃସାହସିକ ବୈମାନିକ, କ୍ରାନ୍ତିକାରୀ ପୁରୁଷ । ତାଙ୍କ ଜୀବନର ପ୍ରତ୍ୟେକ ଦୁଃସାହସିକ ଘଟଣା ଆଗାମୀ ପିଢ଼ି ପାଇଁ ଗୋଟିଏ ଗୋଟିଏ କିମ୍ବଦନ୍ତୀ । ଆଉ, ବିଜୁ ପଟ୍ଟନାୟକ ସେହି କିମ୍ବଦନ୍ତୀର ନାୟକ ହୋଇ ରହିଥିବେ । ୧୯୧୬ ମସିହାରେ ଜନ୍ମରୁ ୧୯୯୭ର ମୃତ୍ୟୁଯାଏଁ କେତେ ଉତ୍ଥାନ ପତନରେ ତାଙ୍କ ଜୀବନ ଆଦର୍ଶ । ପ୍ରତିଟି ଓଡ଼ିଆ ପ୍ରାଣରେ ସେ ଭିନ୍ନ ଭିନ୍ନ ଭାବନାରେ ସ୍ଥାନିତ । ତାଙ୍କ ଅବର୍ତ୍ତମାନରେ ବି ଏ ଓଡ଼ିଶା ମାଟିରେ ସେ ଅବିସ୍ମରଣୀୟ, ଅତୁଳନୀୟ, ଅବର୍ଣ୍ଣନୀୟ ।

Report an Error