ଓଡ଼ିଆ ଦଳିତ ସାହିତ୍ୟ

ବାସୁଦେବ ସୁନାନୀଙ୍କ ସମ୍ପାଦନାରେ ପ୍ରସ୍ତୁତ ଏହି ପୁସ୍ତକରେ ଓଡି଼ଆ ଦଳିତ ସାହିତ୍ଯର ଏକ ସମ୍ପୂର୍ଣ୍ଣ ଇତିହାସ ରହିଛି ।
Digital (PDF)
INR 100.00

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ‘ଦଳିତ’ର ଅର୍ଥ ହେଉଛି - ଯାହା ଦଳା ହୋଇଛି ବା ମର୍ଦ୍ଦିତ, ନିଷ୍ପୀଡ଼ିତ, ଖଣ୍ଡିତ, ପିଷ୍ଟ, ଶାସିତ, ଉତ୍‌ପୀଡ଼ିତ, ବିଭକ୍ତ, ବିଧ୍ୱସ୍ତ ଇତ୍ୟାଦି । ଓଡ଼ିଆ ସାହିତ୍ୟ, ବିଶେଷ କରି ଉପନ୍ୟାସରେ ଏହି ଦଳିତର ଚିତ୍ରର ଅଭାବ ନାହିଁ । ମାତ୍ର ଦଳିତ ସାହିତ୍ଯ କଣ, ଦଳିତକୁ ନେଇ ଲେଖା ହାେଇଥିବା ରଚନାକୁ ଦଳିତ ସାହିତ୍ଯ କହିବା ନା ଅଣଦଳିତ ସାହିତ୍ୟିକଙ୍କର ଦଳିତ ସମ୍ବନ୍ଧୀୟ ରଚନାକୁ ‘ଦଳିତ ସାହିତ୍ୟ’ ରୂପେ ବିବେଚନା କରିବା । ପୂର୍ବରୁ କୁହାଯାଇଛି ଦଳିତର ଅନୁଭୂତି, ସ୍ମୃତି ଓ ଆତ୍ମପରିଚୟ ହିଁ ଦଳିତ ସାହିତ୍ୟର ଉତ୍ସ । ଏହି ପୁସ୍ତକରେ ଦଳିତ ସାହିତ୍ଯ କଣ, ଏହାର ପ୍ରକୃତି କଣ ଏହା ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ବିବରଣୀ ରହିଛି, ଏହା ସହିତ ଏଥିରେ ଆମ ସମୟର ଅନେକ ଚର୍ଚ୍ଚିତ ତଥା ଲୋକପ୍ରିୟ ଦଳିତ ଲେଖାମାନ ରହିଛି । ଏଥିରେ ବାଇଶିଟି ଓଡି଼ଆ ଦଳିତ କବିତା, ଆଠଟି ଓଡି଼ଆ ଦଳିତ ଗଳ୍ପ, ସାତଟି ଓଡି଼ଆ ଦଳିତ ପ୍ରବନ୍ଧ, ଚାରୋଟି ଓଡି଼ଆ ଦଳିତ ନାଟକ, ଛଅଟି ଅନୁଭୂତି ସହିତ ଦୁଇଟି ଓଡ଼ିଆ ଦଳିତ ଉପନ୍ୟାସ ରହିଛି ।

Report an Error