ଅକ୍ଟୋବର - ନଭେମ୍ବର ୨୦୧୫

ପତ୍ରିକାର ଅକ୍ଟୋବର - ନଭେମ୍ବର ୨୦୧୫ ସଂଖ୍ଯା ତଥା ଶାରଦୀୟ ବିଶେଷାଙ୍କ ୨୦୧୫ର ପ୍ରଚ୍ଛଦରେ ଓଡ଼ିଶାର ଚିତ୍ର ପରମ୍ପରାକୁ ପ୍ରତିଫଳନ କରାଯାଇଛି । ଏହି ପ୍ରଚ୍ଛଦର ପରିକଳ୍ପନା ପ୍ରକାଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ପ୍ରସ୍ତୁତ ଠାକୁରାଣୀ ମୁଖାର ଅବଲମ୍ବନରେ ପ୍ରସ୍ତୁତ କରାଯାଇଛି ।
Digital (PDF)
INR 50.00

'ପୁରସ୍କାର ଫେରେଇବା ନା ଫେରେଇବାନି'କୁ ନେଇ ଏକ ପ୍ରାସଙ୍ଗିକ ସମ୍ପାଦକୀୟ ରହିଥିବାବେଳେ ଏହି ପୂଜା ସଂଖ୍ଯାରେ ରହିଛି କବି ଗୋପାଳକୃଷ୍ଣ ରଥ ଓ ଭାଷା ବିଜ୍ଞାନର ଭୀଷ୍ମ ପିତାମହ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସହ ସାକ୍ଷାତକାର ।

ଜୀବନ କୃଷ୍ଣ ମହାପାତ୍ର, ବିପିନ ବିହାରୀ ମିଶ୍ର, ଡ. ରମେଶ ଚନ୍ଦ୍ର ବିଶ୍ୱାଳ, ପରେଶ କୁମାର ପଟ୍ଟନାୟକ, ଆଦିକନ୍ଦ ସାହୁ, ଡା.ଦେବେନ୍ଦ୍ର ନାଥ ମାନସିଂହ, ପ୍ରଭାତ ସିହ୍ନା, ଅଜୟ ସ୍ୱାଇଁ, କିଶୋର ଆକାଶ୍‍ , ଅଶୋକ ତ୍ରିପାଠୀ, ବିଜୟ ପ୍ରଧାନ, ରଂଜନ ପ୍ରଧାନ, ଡ଼କ୍ଟର ତ୍ରିନାଥ ପଟ୍ଟନାୟକ, ଡ. ସୁରେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖଙ୍କ ଗଳ୍ପ ରହିଥିବାବେଳେ 'ବେଷ୍ଟ ସେଲର୍‍ ଉପନ୍ୟାସର ବଜାର' ଓ '୨୦୧୫ ସାହିତ୍ଯରେ ନୋବେଲ୍'କୁ ନେଇ ବିଚାର ପ୍ରବାହ ରହିଛି । ଏହା ସହିତ ରହିଛି ପ୍ରବନ୍ଧ, କବିତା, ଗୀତିକବିତା, ଭ୍ରମଣ, ଅନ୍ଯଦିଗନ୍ତ, ମିନିଗଳ୍ପ, ଆଇନା, ଉପନ୍ଯାସ ପରି ଆହୁରି ଅନେକ କିଛି ।

Report an Error