ଅକ୍ଟୋବର - ଡିସେମ୍ବର ୨୦୨୨

ପତ୍ରିକାର ଶାରଦୀୟ ବିଶେଷାଙ୍କର ପ୍ରଚ୍ଛଦରେ ରହିଛି ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ଚିତ୍ର । ପ୍ରଚ୍ଛଦରୁ ପତ୍ରିକାଟି ପାର୍ବଣର ମହକରେ ବେଶ୍ ମହକିତ ।
Digital (PDF)
INR 100.00

ଏହି ପୂଜାସଂଖ୍ଯାରେ ରହିଛି ଗଣମାଧ୍ୟମର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ ନେଇ ଏକ ବିଶେଷ ସାକ୍ଷାତକାର । ସେହିପରି ଗୁରୁଜୀ ଡକ୍ଟର ଦୋଳଗୋବିନ୍ଦ ବିଶୀ, ପ୍ରଫେସର ବିଜୟାନନ୍ଦ ସିଂହ, ଡ଼. ଗଣେଶ ପ୍ରସାଦ ସାହୁ, ଡ଼କ୍ଟର ତ୍ରିନାଥ ପଟ୍ଟନାୟକ, ଜ୍ଞାନୀ ଦେବାଶିଷ ମିଶ୍ର, ଡକ୍ଟର ନିର୍ମଳା କୁମାରୀ ମହାପାତ୍ର, ସ୍ୱପ୍ନାରାଣୀ ସିଂହ, ହରିପ୍ରିୟା ସେଠୀଙ୍କ ପ୍ରବନ୍ଧ ରହିଥିବାବେଳେ ସଦାନନ୍ଦ ତ୍ରିପାଠୀ, ପରେଶ କୁମାର ପଟ୍ଟନାୟକ, ଭୀମ ପୃଷ୍ଟି, ଡଃ ଜୀବନ କୃଷ୍ଣ ମହାପାତ୍ର, ବିପିନ ବିହାରୀ ମିଶ୍ର, ହେମନ୍ତ ଘୋଷାଲ, ଡକ୍ଟର ସଚ୍ଚିଦାନନ୍ଦ କର, ଲଲାଟେନ୍ଦୁ ମିଶ୍ର, କିଶୋର ଆକାଶଙ୍କ ମନୋଜ୍ଞ ଗଳ୍ପ ।

ଏଥରର ସ୍ୱତନ୍ତ୍ର ଗଳ୍ପରେ ରହିଛି ବ୍ରହ୍ନାନନ୍ଦ ବେହେରାଙ୍କ ଜୀବନର ଜଳଛବି । ଅନୁସୃଜନ ଗପରେ ମମତା କାଲିୟା, ଦାମୋଦର ମାଉଜୋ, ମୁନସୀ ପ୍ରେମଚାନ୍ଦ, ବୁଦ୍ଧଦେବ ଗୁହ, ରବୀନ୍ଦ୍ରାନଥ ଟାଗୋରଙ୍କ ଗପ ରହିଛି । ସେହିପରି ଏହି ସଂଖ୍ଯାର ଫିଚର୍, ଉପନ୍ଯାସ, କବିତା, ନାଟକ, ସମୀକ୍ଷା, କଳାଚର୍ଚ୍ଚା ଆଦି ପାଠକୀୟ କ୍ଷୁଧା ମେଣ୍ଟାଇପାରିବ ।

Report an Error