ଅକ୍ଟୋବର - ଡିସେମ୍ବର ୧୯୯୯

ପତ୍ରିକାର ଅକ୍ଟୋବର - ଡିସେମ୍ବର ୧୯୯୯ ସଂଖ୍ଯାରେ ରହିଛି ବିଶିଷ୍ଟ କବି ଓ ଲେଖକମାନଙ୍କ ସୃଷ୍ଟି - ସମ୍ଭାର ।
Digital (PDF)
INR 50.00

ଶତାବ୍ଦୀର ଶେଷ ପାର୍ବଣରେ ଏହି ପତ୍ରିକାଟି ତାର ସୃଜନକ୍ରିୟାରେ ବେଶ୍ ରୁଦ୍ଧିମନ୍ତ ହାେଇଛି । ଶାରଦୀୟ ସଂଖ୍ଯାର ସମ୍ପାଦକୀୟରେ ‘ଶତାବ୍ଦୀର ଶେଷ ପାର୍ବଣ’ ଲେଖାଟି ବେଶ୍ ସାରଗର୍ଭକ । ସେହିପରି ଏହି ସଂଖ୍ଯାର ବିଶେଷ ପ୍ରତିବେଦନରେ ‘ହରପ୍ରସାଦ ଦାସଙ୍କ ଦେଶ’କୁ ନେଇ ଏକ ଆଲେଖ୍ଯ ରହିଥିବାବେଳେ ଉପନ୍ଯାସରେ ରାମଚନ୍ଦ୍ର ସାହୁଙ୍କ ‘ଭଲ ପାଇବାର ପକ୍ଷୀ ଉଡ଼େ’, ଧାରାବାହିକୀ ଆତ୍ମଜୀବନୀରେ ପ୍ରତିଭା ଶତପଥୀଙ୍କ ‘ସ୍ବାଧୀନତାର ସ୍ବାଦ’ ଓ ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକଙ୍କର ଏକ ସାକ୍ଷାତକାର ରହିଛି ।

ଶାନ୍ତନୁ ଆଚାର୍ଯ୍ଯ, ବିଭୂତି ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଉତ୍ତମ କୁମାର ପ୍ରଧାନ, ରତ୍ନାକର ଚଇନି, ବିପିନ ବିହାରୀ ମିଶ୍ର, ଗୌରହରି ଦାସ, ଅଜୟ ସ୍ବାଇଁ, ସହଦେବ ସାହୁ, ସଞ୍ଜୟ କର, ସୁବ୍ରତ ପଟ୍ଟନାୟକ, ସତ୍ଯପ୍ରିୟ ମହାଳିକ, ସୁପ୍ରିୟା ମଲ୍ଲିକ୍, ତପନ ମହାପାତ୍ର, ସୁପ୍ରିୟା ପାଲ୍, ସୁଲେଖା ସାମନ୍ତରାୟ, ଅରବିନ୍ଦ ରାୟ, ରବି ସ୍ବାଇଁ, ସଂଜୀବ ହାେତାଙ୍କ ଗଳ୍ପ, ସଚ୍ଚି ରାଉତରାୟ, ଭାନୁଜୀ ରାଓ, ହରିହରି ମିଶ୍ର, ଡ. ପ୍ରସନ୍ନ କୁମାର ମିଶ୍ର, ବ୍ରଜନାଥ ରଥ, ପ୍ରଭାକର ଶତପଥୀ, ନୃସିଂହ ତ୍ରିପାଠୀ, ଆଶୁତୋଷ ପରିଡା, ପ୍ରମୋଦ କୁମାର ମହାନ୍ତି, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବ୍ରହ୍ମାନନ୍ଦ ଦାସ, ବିପିନ ନାୟକ, ଶୁଭେନ୍ଦୁ ମୁଣ୍ଡ, ଭଗବାନ ଜୟସିଂହ, ଫନୀ ମହାନ୍ତି, ଡ. ଗୋପାଳକୃଷ୍ଣ ରଥ, କୃଷ୍ଣ ମିଶ୍ର, ଅଶ୍ବିନୀ ମିଶ୍ର, ସରାେଜିନୀ ମିଶ୍ର, କୁଳମଣି ଜେନା, ନୀଳମଣି ପରିଡା, ତୀର୍ଥାନନ୍ଦ ମିଶ୍ର, କୁମାର ହସନ, ମନମୋହନ ଦାଶ, କମଳାକାନ୍ତ ପଣ୍ଡା, ଅଜୟ ପ୍ରଧାନ, ପୁରୁଷାେତ୍ତମ ମହାପାତ୍ର, ରୋହିଣୀକାନ୍ତ ମୁଖାର୍ଜୀ, ମଙ୍ଗଳା ପ୍ରସାଦ ମହାନ୍ତି, ତ୍ରିନାଥ ସିଂହ, ଶ୍ରୀହରି ଧଳ, ସଂଗ୍ରାମ ମିଶ୍ର, ବାସୁଦେବ ସୁନାନୀ, ପଞ୍ଚାନନ ଦାଶ, ଅଜିତ୍ ଦାଶ ମହାପାତ୍ର, ସ୍ବରୂପ ମହାପାତ୍ର, ରକ୍ଷକ ନାୟକ, ଜୟ ପ୍ରକାଶ ପ୍ରଧାନ, ମନୁଆ ଦାସ, ଶିଶିର ନାୟକ ଓ ସମରେନ୍ଦ୍ର ମହାପାତ୍ରଙ୍କ କବିତା ଏହି ପୂଜା ସଂଖ୍ଯାକୁ ସମୃଦ୍ଧ କରିଛି ।

ଏହି ସଂଖ୍ଯାରେ ଥିବା ଫିଚର୍, ପ୍ରତିବେଶୀ ଗଳ୍ପ, ଅନ୍ଯ ଦିଗନ୍ତ, ଗୀତରେ ଗୀତରେ, ବ୍ଯକ୍ତିତ୍ବ, ସମୟର ଦର୍ପଣ, ଶେଷ କବିତା, ଏକାଂକ ନାଟକ ପ୍ରବନ୍ଧ ସମତେ ଆହୁରି ଅନେକ କିଛି ଲେଖା ପତ୍ରିକାଟିକୁ ସ୍ବତନ୍ତ୍ର କରିଛି ।

Report an Error