ଅକ୍ଟୋବର - ନଭେମ୍ବର ୨୦୧୧

ପବିତ୍ର ଦୁର୍ଗାପୂଜା ଅବସରରେ ବିଶ୍ୱମୁକ୍ତି ତାର କଳେବର ସଜେଇ ଆପଣଙ୍କୁ ଭେଟି ଦେଇଥିଲା ବହୁ ଉପାଦେୟ ତଥ୍ୟ ଭିତ୍ତିକ ଲେଖା |
Digital (PDF)
INR 50.00

ଏଥିରେ ରହିଛି ସୁରେଶ ବଳବନ୍ତରାୟଙ୍କ 'ଶାକ୍ତ ପରମ୍ପରା - ମଦୁରାଇର ମାନବୀ ଦେବୀ ମିନାକ୍ଷୀ', ବିଶେଷ ସାକ୍ଷାତକାର ଡ଼.ନିତ୍ୟାନନ୍ଦ ଶତପଥିଙ୍କର, ବିଶେଷ ପ୍ରସଙ୍ଗ 'ଆନ୍ନା ଅନଶନ ଜନ-ଗଣ-ମନ', ସମ୍ପୂର୍ଣ୍ଣ ଉପନ୍ୟାସ 'ମର୍ଡର' -ମହେଶ୍ୱତା ସାହୁଙ୍କର , ଆନନ୍ଦ ଓ ଆଲୋକର ଅନନ୍ୟ ବିନ୍ଧାଣି କବି ଡ଼.ପ୍ରସନ୍ନ ପାଟ୍ଟଶାଣୀଙ୍କର ବିଶେଷ କବିତା 'ଫେରାଇ ନିଅ', ଧାରାବାହିକ ଉପନ୍ୟାସ 'ଦନ୍ତା ଘାତର ରହସ୍ୟ' ଇତ୍ୟାଦି |

ପ୍ରବନ୍ଧରେ ରାମଶଙ୍କର ରଥ, ନକୁଳଚନ୍ଦ୍ର ସାହୁ, ଡ.ଦୋଳଗୋବିନ୍ଦ ବିଶୀ, ଡ.ଉମେଶ ପତ୍ରୀ, ଡ.ଇନ୍ଦୁ ମିଶ୍ର, ଅପୂର୍ବ ରଞ୍ଜନ ରାୟ, ସଂଘମିତ୍ରା ମିଶ୍ର ଓ ନିର୍ମଳା କୁମାରୀ ମହାପାତ୍ରଙ୍କ ଲେଖା ସ୍ଥାନ ପାଇଛି | ଗଳ୍ପରେ ପରେଶ କୁମାର ପଟ୍ଟନାୟକ, ଅର୍ଚ୍ଚନା ନାୟକ, ବିପିନ ବିହାରୀ ମିଶ୍ର, ଆଦିକନ୍ଦ ସାହୁ, ବରେନ୍ଦ୍ରକୃଷ୍ଣ ଧଳ, କବିତା ବାରିକ, ବିଜୟ ପ୍ରଧାନଙ୍କ ଆଲେଖ ଥିବାସ୍ଥଳେ ଦ୍ୱିତୀୟ ପର୍ବରେ - ଡ.ଜୀବନକୃଷ୍ଣ ମହାପାତ୍ର, ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ, ବଳରାମ ଦାଶ, ଅରବିନ୍ଦ ଦାସ, ଭୂପେନ ମହାପାତ୍ର, ଡ଼.ରମେଶ ଚନ୍ଦ୍ର ବିଶ୍ୱାଳ, ସାରଦା ପ୍ରସାଦ ମିଶ୍ର, କିଶୋର ଆକାଶଙ୍କର ଗଳ୍ପ ସମ୍ଭାର ସମସ୍ତଙ୍କୁ ଆକୃଷ୍ଟ କରେ |

ଜୀବନ ଯାତ୍ରା ଓ ଅର୍ଥନୀତିରେ ଅମର୍ତ୍ତ୍ୟ ସେନ ଓ ସ୍ରଷ୍ଟା ଓ ମୃତ୍ୟୁର କାଳିମା -ବିନୋଦଙ୍କର ରହିଛି | ୫୮ଟି କବିତା ସ୍ଥାନ ପାଇଥିବାବେଳେ ଶାନ୍ତନୁ ଆଚାର୍ଯ୍ୟ ଓ କୁମୁଦିନୀ ପଣ୍ଡାଙ୍କ ଭ୍ରମଣ କାହାଣୀ ଏହି ଅଙ୍କରେ ସ୍ଥାନ ପାଇଛି | ଅନ୍ୟ ଦିଗନ୍ତରେ ପ୍ରସନ୍ନ ହୋତା, ରବୀନ୍ଦ୍ର ନାଥ ଦାସ, ମୃଣାଳିନୀ ମହାପାତ୍ର, ଶଙ୍କର ଲାଲ ପୁରୋହିତ, ଗିରିଜା ଶଙ୍କର ସାହୁ, ଡ଼.ବିଜୟ ମହାନ୍ତି ଇତ୍ୟାଦି ଅଛନ୍ତି | ଏହା ଏକ ଉପାଦେୟ ଓ ଗବେଷଣାତ୍ମକ ସଂଖ୍ୟା |

Report an Error