ଅକ୍ଟୋବର - ନଭେମ୍ବର ୨୦୦୧

ଶତାବ୍ଦୀର ଆରମ୍ଭ ପାର୍ବଣରେ ମା ଦୁର୍ଗାଙ୍କ ଆଗମନୀରେ ଧରା ଉତ୍ଫୁଲ୍ଲିତ | କଳେବରଟି ପ୍ରବନ୍ଧ, ଗଳ୍ପ, କବିତା, ସାକ୍ଷାତକାର, ଅନୁବାଦ, ଇତିହାସ ଓ ଆତ୍ମଜୀବନୀ ଭଳି ବହୁତ ସୁନ୍ଦର ସୁନ୍ଦର ଲେଖାଗୁଡ଼ିକରେ ସମୃଦ୍ଧ |
Digital (PDF)
INR 50.00

ଏ ସଂଖ୍ୟାରେ ଅଛି ଡକ୍ଟର ପ୍ରତିଭା ରାୟ ଓ ପ୍ରତିଭା ଶତପଥିଙ୍କ ସାକ୍ଷାତକାର, ସ୍ମୃତିରେ ଫକୀର ହରିଚନ୍ଦନଙ୍କ ଶ୍ରୀ ସୁରେନ୍ଦ୍ରନାଥ ଦ୍ବିବେଦୀ | ପ୍ରବନ୍ଧରେ ଅଛନ୍ତି ଡ. ଅର୍ଚ୍ଚନା ନାୟକ, ସୁକାନ୍ତି ମହାପାତ୍ର, ଡ. ଦୀନବନ୍ଧୁ ମିଶ୍ର, ହରିହର ମିଶ୍ର, ଡ. ସଂଘମିତ୍ରା ମିଶ୍ର, ସଂଜୀବ ହୋତା, ଡ. ନାରାୟଣ ସାହୁ, ଡ. କାର୍ତ୍ତିକ ଚନ୍ଦ୍ର ଦାସ ଇତ୍ୟାଦି | ଏତଦ୍ ଭିନ୍ନ ବିଭୂତି ପଟ୍ଟନାୟକଙ୍କ ‘କାଳପୁରୁଷ’ ଓ ଗନ୍ତାୟତ ଶିବପ୍ରସାଦଙ୍କ ରମ୍ଯରଚନା ହୃଦୟସ୍ପର୍ଶୀ । ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କ କବିତା ସହ ଡ. ପ୍ରସନ୍ନ କୁମାର ମିଶ୍ର, ହରପ୍ରସାଦ ଦାସ, ନୀଳାଦ୍ରିଭୂଷଣ ହରିଚନ୍ଦନ, ପ୍ରମୋଦ କୁମାର ମହାନ୍ତି, ସଦାଶିବ ଦାଶ, ଅମରେନ୍ଦ୍ର ଖଟୁଆ, ହୃଷିକେଶ ମଲ୍ଲିକ, ଅପର୍ଣ୍ଣା ମହାନ୍ତିଙ୍କ ପରି ବହୁ କବିଙ୍କ କବିତାର ସଂଭାର ।

ଗଳ୍ପ ବିଭାଗଟି ଖୁବ୍ ଆକର୍ଷଣୀୟ । ବିପିନ୍ ବିହାରୀଙ୍କ ପାଟି ଖୋଲାଯିବ ବ୍ଯତୀତ ପ୍ରଫେସର ଆଦିକନ୍ଦ ସାହୁ, ରବିନ୍ଦ୍ରନାଥ ଦାସ, ଶିଶିର ମିଶ୍ର, ଅରବିନ୍ଦ ରାୟ, ରାମଚନ୍ଦ୍ର ସାହୁ, ଡକ୍ଟର ରମେଶ ଚନ୍ଦ୍ର ବିଶ୍ବାଳ, ମନୋଜ କୁମାର ପଣ୍ଡା, ଡା. ନିରଜା ମହାନ୍ତି, ଡ. ସଞ୍ଜୟ କର, ପ୍ରକାଶ କୁମାର ପରିଡା, ଦୁର୍ଗାମାଧବ ଦାସ, ଡ. ପ୍ରତିଭା ମହାରଥୀ, ରମେଶ ଚନ୍ଦ୍ର ବେହେରା, ଆଦିତେଶ୍ବର ମିଶ୍ର, ସନ୍ତୋଷ ସାମଲ, ମହେଶ୍ବତା ସାହୁ, ସୁପ୍ରିୟା ପାଲ୍, ଅଜୟ ସ୍ବାଇଁ, ସଦାନନ୍ଦ ତ୍ରିପାଠୀ, ପ୍ରଦୋଷ ମିଶ୍ର, ସୁବ୍ରତ କୁମାର ପଟ୍ଟନାୟକ, ଡ. ଶତ୍ରୁଘ୍ନ ବେହେରା, ରମେଶ ପଟ୍ଟନାୟକଙ୍କ ଗଳ୍ପ ସମୂହ ।

Report an Error