ମୋ ଜୀବନ, ସଂସ୍କୃତି, ଉପଲବ୍‌ଧି

ଡ. ଶାନ୍ତନୁ କୁମାର ରଥଙ୍କ 'ମୋ ଜୀବନ, ସଂସ୍କୃତି, ଉପଲବ୍‌ଧି', ଏହା ଏକ କାଳଖଣ୍ଡର ସାଂସ୍କୃତିକ ପୃଷ୍ଠଭୂମିରେ ରଚିତ ଏକ ସ୍ମୃତିଲେଖ । ପ୍ରେରଣା ପ୍ରସୂତ, କଥନଭଙ୍ଗୀ ଏବଂ ରୋଚକ ଶୈଳୀରେ ରଚିତ ଏହି ଗ୍ରନ୍ଥଟି ପାଠକମାନଙ୍କୁ ବେଶ୍ ବିଭାେର, ବିହ୍ବଳ କରିବାର ସାମର୍ଥ୍ଯ ରଖିଛି ।
ଡ. ଶାନ୍ତନୁ କୁମାର ରଥ
Digital (PDF)
INR 100.00

ଡ. ଶାନ୍ତନୁ କୁମାର ରଥ ସାରସ୍ବତ କ୍ଷେତ୍ରରେ ଏକ ପରିଚିତ ନାମ । ବୃତ୍ତିଗତ ଜୀବନ ଅଧ୍ୟାପନାରୁ ଆରମ୍ଭ ହୋଇ ଆକାଶବାଣୀ ଓ ଦୂରଦର୍ଶନ ପର୍ଯ୍ଯନ୍ତ ପ୍ରଲମ୍ବିତ । ତାଙ୍କ ସାରସ୍ବତ ସାଧନାର ଫଳଶ୍ରୁତି ସ୍ବରୂପ ପ୍ରକାଶ ପାଇଛି ଗବେଷଣା ଗ୍ରନ୍ଥ 'ଓଡ଼ିଆ ଲୋକନାଟ୍ଯ ପରମ୍ପରା' ଓ 'ପ୍ରହ୍ଲାଦ ନାଟକ', 'କୃଷ୍ଣାନନ୍ଦ', 'କାଦମ୍ବିନୀ ଓ ବର୍ଷାରାତି' ଗଳ୍ପ ଗ୍ରନ୍ଥ, ଆଧ୍ୟାତ୍ମିକ ଆଲୋଚନା ସଂକଳନ ‘ପ୍ରଣାମ ଶ୍ରୋତାବନ୍ଧୁ', 'ଜୀବନ ଜିଜ୍ଞାସା', 'ପ୍ରାୟୋପନ୍ୟାସ', ‘ପୁଣ୍ୟମୟୀ’, ଫିଚର ସଂକଳନ ‘କେତେ ରଙ୍ଗର ପୃଥିବୀ’ ଏବଂ ବେତାର ନାଟକ ସଂକଳନ 'ସନାତନର ସ୍ୱର୍ଗ ଓ ଅନ୍ୟନ୍ୟ ନାଟକ' ଏବଂ ଦୁଇଟି ଆଧ୍ୟାତ୍ମିକ ଆଲୋଚନା ସଂକଳନ 'ଅନୁଚିନ୍ତା - ୧' ଓ 'ଅନୁଚିନ୍ତା - ୨' | ଏହା ସହିତ ସହିତ ବୈଦିକ ପିତୃପକ୍ଷ ତର୍ପଣ ଉପରେ ତାତ୍ତ୍ୱିକ ବିଶ୍ଳେଷଣାତ୍ମକ ପୁସ୍ତକ ‘ତର୍ପଣ ତତ୍ତ୍ୱ' ର ସେ ରଚୟିତା |

ଡ. ଶାନ୍ତନୁ କୁମାର ରଥଙ୍କ ଭାଷାରେ ଏହା ଏକ ଏକ ଆତ୍ମପ୍ରଶସ୍ତି ମୂଳକ ଗ୍ରନ୍ଥ ଆଦୌ ନୁହେଁ । ତାଙ୍କ ଜୀବନକୁ ପଲ୍ଲବିତ, ପୁଷ୍ପିତ ଏବଂ ଫଳପ୍ରସୂ କରିଥିବା ତାଙ୍କ ପିତୃପୁରୁଷ, ତାଙ୍କ ମାତୃଭୂମି, ତାଙ୍କ କର୍ମଭୂମି, ତତ୍ତତ୍ କ୍ଷେତ୍ରର ସଂସ୍କୃତି ଏବଂ ଜୀବନ ତାଙ୍କୁ ଦେଇଥିବା ଅନୁଭବର ମିଶ୍ରରାଗ ହିଁ ଏହାର ଆତ୍ମା । ତାଙ୍କୁ ଜୀବନ ଦେଇଥିବା ଉପଲବ୍‌ଧିମାନ ହିଁ ଏହାର ଉଦ୍‌ଭାସ । ଏଥିରେ ସେ କେବଳ ତାଙ୍କର କଥା ଲେଖିନାହାନ୍ତି ବରଂ ତାଙ୍କୁ ଗଢ଼ିବାରେ ସହାୟତା କରିଥିବା କ୍ଷୁଦ୍ରାତିକ୍ଷୁଦ୍ର ତତ୍ତ୍ୱମାନଙ୍କୁ ମଧ୍ୟ ଏଥିରେ ସ୍ଥାନ ଦିଆଯାଇଛି ।

ଏଥିରେ ରହିଛି:

୧: ମୋ ଗାଁ - ଭୂଗୋଳ ଇତିହାସ
୨: ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମ ଓ ଶାସନ ସଂସ୍କୃତି
୩: ଘୁମୁସରରେ ଶାସନ ସଂସ୍କୃତି
୪: ଗାଁର କିମ୍ବଦନ୍ତୀ, କୁସଂସ୍କାର ଓ ଲୋକବିଶ୍ୱାସ
୫: ମୋ’ ନନା, ବୋଉ
୬: ଘୁମୁସରରୁ ଜଳେଶ୍ୱର - ପୁନଶ୍ଚ ଘୁମୁସର
୭: ଚଳଣି
୮: ଚାଷବାସ, ପଦରବାଡ଼ି
୯: ଖେଳିବୁଲି ପାଠ ପଢ଼ା - ଭରପୂର ଚପଳତା
୧୦: ନଈ ସହ ଜୀବନ
୧୧: ପାଦ ହିଁ ଭରସା
୧୨: ପଣାଖିଆ ସଂସ୍କୃତି
୧୩: ଗାଁର ଜାନିଯାତ୍ରା
୧୪: ୧୯୬୯ର ବନ୍ୟା - ଗାଁ ଭିତରେ ନଈ
୧୫: ଗାଁକୁ ହାତୀ
୧୬: ଶିକ୍ଷାବିସ୍ତାରରେ ମାଇଲଖୁଣ୍ଟ : କବି ସମ୍ରାଟ ବିଦ୍ୟପୀଠ, କୁଲାଡ଼ ହାଇସ୍କୁଲ
୧୭: ଆସିକାରେ ଇନ୍ଦିରା ଗାନ୍ଧୀ, ସଂଜୟ ଗାନ୍ଧୀ
୧୮: କଲେଜ ପଢ଼ା
୧୯: ଭଞ୍ଜ ଭୂମିରୁ ଭୁବନେଶ୍ୱର : ବାଟ କଢ଼ାଇଲେ ଈଶ୍ୱର
୨୦: ମଧ୍ୟାନ୍ତର
୧୨ ଆତ୍ମଜୀବନୀ
୨୧: ପ୍ରଥମ ଚାକିରୀ ଅଧ୍ୟାପନା - ଜଗତସିଂହପୁର କଲେଜ
୨୨: ରୂପ ରାଜ୍ୟ ଜୟପୁର - ବିକ୍ରମଦେବ କଲେଜକୁ ବଦଳି
୨୩: ଅଧ୍ୟାପନାରୁ ଆକାଶବାଣୀ
୨୪: ଆକାଶବାଣୀରେ କର୍ମାରମ୍ଭ - ବୃତ୍ତି ଓ ପ୍ରବୃତ୍ତିର ସମନ୍ୱୟ
୨୫: ପୁନଶ୍ଚ ଜୟପୁର
୨୬: ଜୟପୁରରୁ ନିଜ ଜିଲ୍ଲା ବ୍ରହ୍ମପୁର
୨୭: ଲୋକନାଟ୍ୟ ଗବେଷଣା
୨୮: ପୁନରାୟ କଟକ - ୧୯୯୭ - ୯୯
୨୯: ଆକାଶବାଣୀ ସମ୍ବଲପୁର ୧୯୯୯ - ୨୦୦୧
୩୦: ବି.ବି.ସି. ଲଣ୍ଡନ ଯାତ୍ରା
୩୧: କଟକରେ ତୃତୀୟ ପାଳି ୨୦୦୧ - ୨୦୦୪
୩୨: ରେଡ଼ିଓରେ ବୈଦେହୀଶ ବିଳାସ
୩୩: ବଦଳି ପୂର୍ବରୁ ଦୁର୍ଘଟଣା
୩୪: ଦ୍ୱିତୀୟ ପାଳି - ଆକାଶବାଣୀ ବ୍ରହ୍ମପୁର ୨୦୦୪ - ୦୮
୩୫: କଳାହାଣ୍ଡି ପଥେ
୩୬: ଚତୁର୍ଥ ଏବଂ ଶେଷଥର କଟକ ୨୦୧୧ - ୧୫ ବିପର୍ଯ୍ୟୟର ପର୍ଯ୍ୟାୟ
୩୭: ବୃତ୍ତିଗତ ଜୀବନରେ ନୂତନ ଅଭିଜ୍ଞତା : ଦୂରଦର୍ଶନ
୩୮: ଦୂରଦର୍ଶନ କାର୍ଯ୍ୟକ୍ରମ କ୍ଷେତ୍ରରେ କେତେକ ବିଶେଷ ଉପଲବ୍‌ଧି
୩୯: ପୁନଶ୍ଚ ଆକାଶବାଣୀ - ଯେଉଁଠୁ ଆରମ୍ଭ ସେଇଠି ଶେଷ
୪୦: ପ୍ରସାରଣ କ୍ଷେତ୍ରରେ ପ୍ରେରଣା
୪୧: ରେଡ଼ିଓ କାର୍ଯ୍ୟକ୍ରମରେ କେତେକ ବିଶେଷ ଉପଲବ୍‌ଧି
୪୨: ଆକାଶବାଣୀ ପ୍ରତି ବାହାର ଲୋକଙ୍କ ଧାରଣା
୪୩: ପ୍ରସାରଭାରତୀ: ପ୍ରସାରଣ କ୍ଷେତ୍ରରେ ବିପତ୍କାଳ
୪୪: କେତେକ ବିଲକ୍ଷଣ ବ୍ୟକ୍ତି ଓ ଘଟଣାରୁ ଉପଲବ୍‌ଧି
୪୫: ପିଲାଦିନର କେତେକ ସ୍ମରଣୀୟ ପାଠ
୪୬: ୧୯୯୯ - ମହାବାତ୍ୟାର ସ୍ମୃତି
୪୭: କୁଲାଡ଼ରେ ଭଞ୍ଜ ସ୍ମୃତି ମଣ୍ଡପ
୪୮: ମୋର ସାହିତ୍ୟ ସାଧନା
୪୯: ସବୁଠି ଈଶ୍ୱରୀୟ ଯୋଜନା ଓ କରୁଣାର ସ୍ପର୍ଶ
୫୦: ଗାଁର ଡାକ, ମାଟି ମହକ
୫୧: ପତ୍ନୀ ପ୍ରୟାଣ ପରବର୍ତ୍ତୀ ଜୀବନ
୫୨: ଜୀବନ ଏକ ଯୁଦ୍ଧଭୂମି
୫୩: ଆଉ କେଉଁ କଥାଅଛି କୃଷ୍ଣକଥା ଥାଉ
୫୪: ଆଗାମୀର ଆହ୍ୱାନ

Report an Error