ମୋ ଭିତରେ ଗଂଗା, ଗଂଗା ଭିତରେ ମୁଁ

କବି ସୌରୀନ୍ଦ୍ରଙ୍କର ଗଂଗାକୁ ନେଇ ରହିଥିବା ପ୍ରାୟ ପଚାଶରୁ ଉର୍ଦ୍ଧ୍ବ କବିତାକୁ ନେଇ ପ୍ରସ୍ତୁତ କବିତା ସଂକଳନ 'ମୋ ଭିତରେ ଗଂଗା, ଗଂଗା ଭିତରେ ମୁଁ' ।
ସୌରୀନ୍ଦ୍ର ବାରିକ
Digital (PDF)
INR 100.00

କବି ସୌରୀନ୍ଦ୍ର ବାରିକ, ଓଡ଼ିଆ କବିତାରେ ଏକ ପ୍ରମୁଖ ଉଚ୍ଚାରଣ । ଯେତିକି ସରଳ ତାଙ୍କ କବିତ୍ବ ସେତେ ବେଶୀ ଆବେଗ ଦଗ୍ଧ । କବି ସମାଲୋଚକ ଭାବେ ଓଡ଼ିଆ ସାହିତ୍ୟର ସମଗ୍ର ଧାରା ଓ ପରମ୍ପରାକୁ ଅନୁଭବ କରିଥିବା କବି ସୌରୀନ୍ଦ୍ର ନିଜ ପ୍ରତି ଓ କବିତା ପ୍ରତି ଶତପ୍ରତିଶତ ସତ୍ୟନିଷ୍ଠ |

କବିଙ୍କ ଭାଷାରେ - ଗଂଗା କାଳର ଊର୍ଦ୍ଧ୍ୱରେ, ବିସ୍ତାରରେ ବି ଊର୍ଦ୍ଧ୍ୱରେ । ଏହା ଅତୀତ କିମ୍ବା ଭବିଷ୍ୟତ ନୁହେଁ । ଏହା ଚିରନ୍ତନ ବର୍ତ୍ତମାନଟିଏ । ଗଂଗା ଜୀବନଠୁ ବଡ଼ । ପୃଥିବୀର ସବୁ ବଡ଼ ଠୁ ବଡ଼ । କାରଣ ଏହା ଭିତରେ ଏକାନ୍ତ ହୋଇ ବି ଭଲପାଇବା ଆଉ ସବୁକୁ ଗ୍ରହଣ କରିବାର ଉଦାସ ଗଭୀରତା ରହିଛି । ସେଇଥିପାଇଁ ଗଂଗା ହେଉଛି ଗଂଗା ।

ସେଥିପାଇଁ କବି କହିଛନ୍ତି - ଗଂଗା କେଉଁଠି ? ହରିଦ୍ୱାର, କାଶୀ, ପ୍ରୟାଗ ନା ମୋ ଭିତରେ... କେଉଁଠି ଗଂଗା ? ଗଂଗାର ଢେଉରେ ଝଲସି ଉଠେ ଆମ ବିଶ୍ୱାସ । ….. ଏ ବିଶ୍ୱାସ ନିଃଶ୍ୱାସ ପ୍ରଶ୍ୱାସ ଠୁ ବି ନିଜସ୍ୱ, ଗଭୀର… ଏଥିରେ ଆମର ଜନ୍ମଜନ୍ମର ଜୀବନ, ଆଉ ଏ ଜୀବନରେ ଉତ୍ତରଣର ଗଂଗା ।

Report an Error