ମଇ - ଜୁନ୍ ୨୦୧୦

ମଇ - ଜୁନ୍ ୨୦୧୦ ସଂଖ୍ଯାରେ ଅନେକ ତଥ୍ଯମୂଳକ ପ୍ରବନ୍ଧ ରହିଥିବାବେଳେ ଏହା ସହିତି ରହିଛି ଅନେକ ମନୋଜ୍ଞ କବିତା, ଭିନ୍ନ ସ୍ବାଦର ଗପ, ଭ୍ରମଣ, ରମ୍ଯରଚନା, ସାମ୍ପ୍ରତିକୀ, ସାହିତ୍ଯ ପରିକ୍ରମା ପରି ଆହୁରି ଅନେକ କିଛି … ।
Digital (PDF)
INR 50.00

ଜନ୍ମ ସମୟରେ ଗ୍ରହଗୁଡିକ ଦୃଢ଼ ସ୍ଥିତିରେ ନରହିଲେ କଣ ଜୀବନରେ ନାନା ଦୁଃଖ ଦୁର୍ଦ୍ଦଶା ଆସେ, କଣ ଗ୍ରହଗୁଡିକ ଯୋଗ କାରକ ନ ହେଲେ କୌଣସି ବ୍ୟକ୍ତି ଦିବ୍ୟ ସ୍ତରକୁ ଉନ୍ନୀତ ହୋଇ ପାରିବ ନାହିଁ । ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜୀବନର ନାନା ଦୁଃଖ ଦୁର୍ଦ୍ଦଶା କଣ ଏହି ଗ୍ରହସ୍ଥିତିରୁ ହୋଇଥିଲା । ଏମିତି କିଛି ପ୍ରଶ୍ନର ଉତ୍ତର ରହିଛି ଏହି ସଂଖ୍ଯାର 'ପୂର୍ବ-ଭାରତୀୟ ରାମ ସାହିତ୍ୟରେ ଜ୍ୟୋତିଷ ତତ୍ତ୍ୱ ବିଚାର'ରେ ।

ଆହୁରି ମଧ୍ୟ ଏହି ସଂଖ୍ଯାରେ ପର୍ଯ୍ଯଟନରେ ପ୍ରକୃତିକୁ ମନଭରି ଉପଭାେଗ କରନ୍ତୁ - ପଶ୍ଚିମ ଓଡିଶାର ପ୍ରମୁଖ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେବ୍ରୀଗଡ ଅଭୟାରଣ୍ୟ, ତପସ୍ୟାର ତପୋବନ: ରାଣୀପୁର, ଝରିଏଲ, ପରିବେଶ ପର୍ଯ୍ୟଟନ ପ୍ରାଣକେନ୍ଦ୍ର ଚନ୍ଦକା ଡମପଡା ଅଭୟାରଣ୍ୟକୁ ନେଇ ରହିଥିବା ସୁନ୍ଦର ସୁନ୍ଦର ଆଲେଖ୍ଯ ମାଧ୍ୟମରେ ।

Report an Error