ମାର୍ଚ୍ଚ - ଏପ୍ରିଲ୍ ୨୦୨୩

ଇତିହାସର ମୂକସାକ୍ଷୀ - ବିଜୁଙ୍କ ଡାକୋଟାକୁ ପ୍ରଚ୍ଛଦରେ ସ୍ଥାନିତ କରାଯାଇଥିବାବେଳେ ପତ୍ରିକାର ଏହି ସଂଖ୍ଯାରେ ରହିଛି ବିଜୁବାବୁଙ୍କର ଏକ ସାକ୍ଷାତକାର ।
Digital (PDF)
INR 50.00

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓଡ଼ିଆ ଶ୍ରଦ୍ଧା ଓ ସ୍ୱାଭିମାନର ପ୍ରତୀକ । ଓଡ଼ିଶା ବାହାରେ ଓଡ଼ିଶାର ଅନ୍ୟ ଏକ ପରିଚୟ । ‘କଳିଙ୍ଗାଃ ସାହସିକାଃ’- ଥିଲା ବିଜୁବାବୁଙ୍କର ପାଇଁ ମନ୍ତ୍ର । ଏଥିରେ ଦୀକ୍ଷିତ ହୋଇ ସେ ନିଜ ଜୀବନକୁ ଗଢ଼ିଥିଲେ । ଆଧୁନିକ ସମୟରେ ସେ ଥିଲେ ବୀରତ୍ୱ ଓ ସାହାସର ଶୀର୍ଷକ । ତାଙ୍କୁ ନେଇ ଅନେକ ରୋମାଞ୍ଚକର କାହାଣୀ । ସେ ଜଣେ ସାଧାରଣ ବୈମାନିକ ନଥିଲେ ବିମାନକୁ ସେ ଉଡାଉଥିଲେ ନିଜ ଇଚ୍ଛାରେ, ପ୍ରତିଟି ଉଡାଣ ଥିଲା ଭିନ୍ନ ଓ ଅନନ୍ୟ । ଇଣ୍ଡୋନେସିଆ, କାଶ୍ମୀର, ରୁଷିଆ ସବୁଠି ତାଙ୍କର ଉଡ଼ାଣ ଥିଲା ଐତିହାସିକ ଓ ଦୁଃସାହସିକ । ତାଙ୍କ ଦୁଃସାହସିକ ଅଭିଯାନର ତାଙ୍କ ସାଥି ଥିଲା ବିବେକର ଡାକ ଓ ଡାକୋଟା । ସେହି ଡାକୋଟା ତାଙ୍କ ନାମରେ ନାମିତ ଭୁବନେଶ୍ୱର ବିମାନ ବନ୍ଦରରେ ଏବେ ଶୋଭାପାଉଛି । ଏହା ମାଧ୍ୟମରେ ଇତିହାସ ଜୀବିତ ହୋଇଉଠିଛି । ବିଜୁଙ୍କ ଡାକୋଟା ଏକାଧାରରେ ସାହସ ଓ ପ୍ରେମର ପ୍ରତୀକ।

ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଜୀମୂତ ମଙ୍ଗରାଜ ବିଭିନ୍ନ ସମୟରେ ବିଜୁବାବୁଙ୍କର ସାକ୍ଷାତକାର ନେଇଥିଲେ । ସେହି ସାକ୍ଷାତକାରରେ ବିଜୁବାବୁଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ ଏବଂ ବିଜୁବାବୁ ଦେଇଥିବା ଉତ୍ତରଗୁଡ଼ିକୁ ସେ ‘ମୁହାମୁହିଁ’ ନାମରେ ପ୍ରକାଶ କରିଥିଲେ । ଜୀମୂତ ମଙ୍ଗରାଜ ସେତେବେଳେ ବିଜୁ ପଟ୍ଟନାୟକଙ୍କୁ ଜୀମୂତ ମଙ୍ଗରାଜ ପଚାରିଥିବା ୩୭ଟି ଗୁରୁତ୍ୱପୁର୍ଣ୍ଣ ପ୍ରଶ୍ନ ଓ ବିଜୁବାବୁ ଦେଇଥିବା ତା’ର ଉତ୍ତରକୁ ଏହି ସଂଖ୍ଯାରେ ମୁଖ୍ୟ ପ୍ରସଙ୍ଗ ଭାବରେ ଉପସ୍ଥାପନା କରାଯାଇଛି । ଆଉ ଏହା ସହିତ ରହିଛି ବିଜୁ ସମ୍ପର୍କିତ ଆଲେଖ୍ଯ - ମୁଁ ଖାରବେଳଙ୍କ ଦାୟାଦ...ଓ ବନ୍ଦୀ ବିଜୁ ପଟ୍ଟନାୟକ ।

ସେହିପରି ଏହି ସଂଖ୍ଯାର ପ୍ରବନ୍ଧରେ ରହିଛି - ମନୋଜ ଦାସଙ୍କ କାବ୍ୟ ପ୍ରତିଭା ଏକ ଅନୁଶୀଳନ, ବନବାଣୀ : ଗୋପବନ୍ଧୁ ଓ ରବୀନ୍ଦ୍ରନାଥ, ରଘୁନାଥ ଦାସଙ୍କ ପ୍ରବନ୍ଧ ସାହିତ୍ୟ ଓ ନାଟକ, ଅଥୟ ମାନବର ଅଭିସାର: ‘ନେତିନେତି, ନାଟ୍ୟକାର ରତ୍ନାକର ଚଇନିଙ୍କ ନାଟକରେ ଲୋକ ଉପାଦାନ ପ୍ରସଙ୍ଗ, ଶିଳାଲେଖର ଭାଷା କଥା ଆଦି ରହିଛି । ପ୍ରଭାତ ସିହ୍ନା, ବୀରେଶ୍ୱର ମହାନ୍ତି, ଡ. ଗଣେଶ୍ୱର ଜେନା, ଡ. ପ୍ରଦୀପ କୁମାର ସ୍ୱାଇଁ, ଅନୁପମା ସାମନ୍ତରାୟ (ପଟ୍ଟନାୟକ)ଙ୍କ ଗପ ରହିଥିବାବେଳେ କବିତା, ରମ୍ଯରଚନା, ସମୀକ୍ଷା ଆଦି ରହିଛି ।

Report an Error