
କ୍ଳାନ୍ତ ଅପରାହ୍ଣ
କଥାକାର ଶ୍ରୀ ବଳରାମ ଦାଶଙ୍କ ପ୍ରଥମ ଗଳ୍ପ ସଂକଳନ 'କ୍ଳାନ୍ତ ଅପରାହ୍ଣ' | ଏଥିରେ ରହିଛି ବାସ୍ତବଧର୍ମୀ ଚରିତ୍ରୟାନ ସହ ଗ୍ରାମୀଣ ଜୀବନର ସକଳ ଚିତ୍ର ।
Publisher: Viswamukti Foundation Trust
Author: ବଳରାମ ଦାଶ
Digital (PDF)
INR 50.00
କଥାକାର ଶ୍ରୀ ବଳରାମ ଦାଶ, ସାହିତ୍ଯର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବେଶ୍ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି । ତାଙ୍କର ସାରସ୍ବତ କୃତି ମଧ୍ୟରେ ରହିଛି - 'ସୁନ୍ଦରୀ', 'ଦକ୍ଷିଣେଶ୍ବର ଜଣାଣ', 'ନିର୍ବାସିତା ନାଟକ ', 'ରାବଣ ନାଟକ', 'ପ୍ରାଚୀମାହାତ୍ମ୍ଯ', 'ଜନକ ନନ୍ଦିନୀ', 'ମହାଭାରତରେ ନାରୀ', 'କୂଳବଧୂ ଉପନ୍ୟାସ', 'ଅନ୍ତର୍ଦାହ' ଉପନ୍ୟାସ ଇତ୍ୟାଦି |
'କ୍ଳାନ୍ତ ଅପରାହ୍ଣ' ତାଙ୍କର ପ୍ରଥମ ଗଳ୍ପ ସଂକଳନ | କେତେକ ପ୍ରଚଳିତ ସାମାଜିକ ପ୍ରଥା ଯାହା ସମାଜ ଉପରେ କୁପ୍ରଭାବ ପକାଉଛି ତାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏ ଗଳ୍ପଗୁଡିକର ଲେଖିବା ଲେଖକଙ୍କ ଉଦ୍ଦେଶ୍ୟ | ଏଥିରେ ୮ ଗୋଟି ଗଳ୍ପ ରହିଛି | ସମସ୍ତ କାହାଣୀରେ ବାସ୍ତବଧର୍ମୀ ଚରିତ୍ରୟାନ କରିବା ସହ ଗ୍ରାମୀଣ ଜୀବନର ସକଳ ଚିତ୍ର ଆଙ୍କିଛନ୍ତି କଥାକାର | ଏହା ପାଠକଙ୍କୁ ମୁଗ୍ଧ କରିବ ବୋଲି ଆଶା |
- କ୍ଲାନ୍ତ ଅପରାହ୍ନ
- ଗୌରୀ
- ସୁନନ୍ଦାର ଚିଠି
- ଉପେକ୍ଷିତ ସୁର୍ପଣକ୍ଷା
- ଗୋଧୂଳି
- ଆଲୋକ ଶିଖା
- ମୁଁ କାହାର
- ମାମୁଁ ଘର