ଖୋଜୁ ଖୋଜୁ ହଜିଗଲି

ସମୟରୁ ସମୟାନ୍ତରର ସବୁଜ ଦିଗରେ ବ୍ଯାପ୍ତ ସୁପ୍ରିୟା ପାଲଙ୍କ କାବ୍ୟୋପନ୍ୟାସ 'ଖୋଜୁଖୋଜୁ ହଜିଗଲି' ।
ସୁପ୍ରିୟା ପାଲ
Digital (PDF)
INR 100.00

ଅଧ୍ୟାପିକା ସୁପ୍ରିୟା ପାଲ ଓଡ଼ିଆ ସାହିତ୍ୟର ନବପ୍ରଜନ୍ମର ଶକ୍ତିଶାଳୀ କଥାଶିଳ୍ପୀ । ତାଙ୍କର ଗଳ୍ପଗୁଡ଼ିକ ଭବିଷ୍ୟତର ଅଜସ୍ର ସମ୍ଭାବନାରେ ପରିପୂର୍ଣ୍ଣ । ଜୀବନର ଅନେକ ରଂଗରାଗରେ ତାଙ୍କ ଗଳ୍ପଗୁଡ଼ିକ ଜୀବନ୍ତ । କେବଳ ଗଳ୍ପ ନୁହେଁ ଉପନ୍ଯାସରେ ମଧ୍ୟ ବେଶ୍ ପରିପକ୍ବ ସେ । ଜୀବନ, ସ୍ବପ୍ନ ଆଉ ସମୟକୁ ନେଇ ଏକ ସୁନ୍ଦର ପ୍ରସ୍ତୁତି 'ଖୋଜୁ ଖୋଜୁ ହଜିଗଲି' ।

ତାଙ୍କ ଭାଷାରେ - ସ୍ୱପ୍ନ ଦେଖିବା ପାଇଁ କେତେ ସମୟ ଦରକାର ଯେ ? ଯେତେବେଳେ ସମୟ ସରିଆସୁଥାଏ, ସେତେବେଳେ ସ୍ୱପ୍ନ ପ୍ରବଣତା ବଢ଼ିଯାଏ । ଇଚ୍ଛାହୁଏ ହାତ ପାପୁଲିର ନରମସ୍ପର୍ଶ ମଧ୍ୟରେ ସ୍ୱପ୍ନକୁ ସାଇତି ରଖିବାକୁ । ସ୍ନିଗ୍ଧ, କୋମଳ ସ୍ୱପ୍ନଙ୍କୁ ସାଉଁଳି ଦେବାକୁ । ହୃଦୟଭର୍ତ୍ତି ପ୍ରଶ୍ୱାସ ନେଇ ଅନୁଭବ କରିବାକୁ । ଏଥିପାଇଁ ସମୟ କ’ଣ ବେଶି ଦରକାର? ଗୋଟାଏ ମୁହୂର୍ତ୍ତ, ଗୋଟାଏ ପଲକ ବି ଯଥେଷ୍ଟ ।

ଏମିତି ସ୍ବପ୍ନ ଆଉ ସମୟ ଭିତରେ ହଜିଯିବା ପାଇଁ ସୁପ୍ରିୟା ପାଲଙ୍କ କାବ୍ୟୋପନ୍ୟାସ 'ଖୋଜୁ ଖୋଜୁ ହଜିଗଲି'କୁ ଅନୁସରଣ କରନ୍ତୁ ।

Report an Error