ଜୁଲାଇ - ସେପ୍ଟେମ୍ବର ୨୦୨୨

ଓଡ଼ିଆ ଭାଷା ସାହିତ୍ୟର ପରଂପରାରେ ଏକ ସାହିତ୍ୟ ପତ୍ରିକା ହୋଇ ବିଶ୍ୱମୁକ୍ତି ସମଗ୍ର ବିଶ୍ୱଶାନ୍ତିର ସ୍ୱପ୍ନ ଦେଖୁଛି । ସ୍ବାଧୀନତାର ଅମୃତ ମହୋତ୍ସବ କାଳରେ ପତ୍ରିକାର ଏହି ସଂଖ୍ଯାଟିରେ ରହିଛି ବିଶେଷ ପ୍ରସ୍ତୁତି ।
Digital (PDF)
INR 50.00

ସ୍ବାଧୀନତାର ପଞ୍ଚସ୍ତରି ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶ ପାଳନ କରିଛି ସ୍ୱାଧିନତାର ଅମୃତ ମହୋତ୍ସବ । ମୁକ୍ତି ସଂଗ୍ରାମର ଇତିହାସ ରୋମନ୍ଥନ କରି ଯେତେବେଳେ ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି, ଠିକ୍ ସେହି ସମୟରେ ପତ୍ରିକାର ଏହି ସଂଖ୍ଯାଟିରେ ଜାତିପ୍ରେମରେ ବାର୍ତ୍ତା ଦେଖିବାକୁ ମିଳିଛି । ସାହିତ୍ୟର ଉର୍ଦ୍ଧ୍ବରେ ରହି ସେବା ସଂଗ୍ରାମ ଓ ବିକାଶର ମନ୍ତ୍ରରେ ଉଦ୍‌ବୁଦ୍ଧ ଏ ପତ୍ରିକା ଓଡ଼ିଶାର ପୀଡା ଓ ଅସହାୟତାକୁ ଅନୁଭବ କରି ସମାଜ ବିକାଶ ଓ ଅହିଂସାକୁ ପ୍ରାଧାନ୍ୟ ଦେଇଛି । ସେଥିପାଇଁ ସ୍ବାଧୀନତାର ଅମୃତ ମହୋତ୍ସବ କାଳରେ ପତ୍ରିକାଟି ଏକ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ କରିଛି ।

ମାଟି ମହୋତ୍ସବ ଓ ମହାନାୟକଙ୍କ ଉପରେ ଏକ ସାରଗର୍ଭକ ସମ୍ପାଦକୀୟର ଉପସ୍ଥାପନା କରାଯିବା ସହ ଏହି ସଂଖ୍ଯାର ପ୍ରବନ୍ଧ ବିଭାଗରେ ରହିଛି ମୁକ୍ତି ସଂଗ୍ରାମର ମହାନାୟକ ଓ ଜାତିପ୍ରେମ ସମ୍ପର୍କିତ ବହୁ ଉଚ୍ଚକୋଟୀର ପ୍ରବନ୍ଧମାନ । ଏହା ସହିତ ସବୁଥର ପରି ଏହି ସଂଖ୍ଯାରେ ରହିଛି ଗପ, କବିତା, ଭ୍ରମଣ, ସାକ୍ଷାତକାର, ପୁସ୍ତକ ସମୀକ୍ଷା ସମେତ ଆହୁରି ଅନେକ କିଛି… ।

Report an Error