ଜୁଲାଇ - ସେପ୍ଟେମ୍ବର ୧୯୯୬

ଏ ସଂଖ୍ୟାର ଆକର୍ଷଣରେ ରହିଛି - ଚନ୍ଦ୍ରଶେଖର ଦାସବର୍ମାଙ୍କ ବିଷୁବ ମିଳନର ଗପ, କବି ହରପ୍ରସାଦ ଦାସଙ୍କ ସହ ସାକ୍ଷାତକାର ।
Digital (PDF)
INR 25.00

ଏତଦ୍ ବ୍ଯତୀତ ଏହି ସଂଖ୍ଯାରେ ବ୍ୟକ୍ତିତ୍ୱରେ ସ୍ୱାଧୀନତା ସଂଗ୍ରାମୀ ବଳରାମ ମହାନ୍ତି, ଗଳ୍ପରେ ଶ୍ରୀନିବାସ ପଣ୍ଡା, ସୁଧା ଦା, ସୁଶାନ୍ତ ସେନାପତି, ଶିଵନାରାୟଣ ସ୍ୱାଇଁଙ୍କ ଗଳ୍ପମାନ ରହିଥିବାବେଳେ ନର୍ଗିସ୍ ଦଲାଲ୍ ଙ୍କ ନ୍ଯୁଡ୍ ଗଳ୍ପକୁ ଭାଷାନ୍ତର କରିଛନ୍ତି ସୁରେଶ ବଳବନ୍ତରାୟ । ସେହିପରି ତୁଳି ଓ ଶିଳ୍ପୀରେ ରହିଛନ୍ତି ଆମ ସମୟର ଶିଳ୍ପୀ ରଥି ଉପେନ୍ଦ୍ର ମହାରଥୀ । ଏହି ସଂଖ୍ଯାର କବିତାମାଳାରେ ରହିଛି ହରପ୍ରସାଦ ଦାସ, ଅନ୍ନପୂର୍ଣ୍ଣା ମହାନ୍ତି, ରବି ନାରାୟଣ ସେନାପତି, ମଧୁସୂଦନ ସାହୁ, ହୁସେନ ରବି ଗାନ୍ଧୀ, ଅଜୟ ସ୍ୱାଇଁ, କୁଳମଣି ଜେନା, ସଂଗ୍ରାମ ମିଶ୍ର, ଶ୍ରୀହରି ଧଳ, ସୁରେଶ ସାଗର, ଶତ୍ରୁଜିତ, ପ୍ରମୋଦ ପଣ୍ଡା, ପ୍ରମିଳା ଶତପଥି, ବିଜୟ ଲକ୍ଷ୍ମୀ ମିଶ୍ର, ଯଯାତି ସାହୁ, ବିରଜା ବଳ, ପବିତ୍ର କୁମାର ବରାଳଙ୍କ କବିତା । ଏହା ବ୍ଯତୀତ ସନ୍ଧ୍ୟା ମହାନ୍ତିଙ୍କ ଧାରାବାହିକ ଉପନ୍ୟାସ ମେଘ ମୁକ୍ତି ରହିଥିବାବେଳେ ପୁସ୍ତକ ସମୀକ୍ଷାରେ ରହିଛି ଶ୍ଵେତାମ୍ବରୀ ।

Report an Error