ଜୁଲାଇ - ଅଗଷ୍ଟ ୨୦୧୦

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଆରାଧ୍ୟ ଦେବତା । ଓଡ଼ିଆ ଜାତିର ପରିଚୟ ଓ ପରିଚିତି । ମହାପ୍ରଭୁଙ୍କୁ କେନ୍ଦ୍ରକରି ଗଢ଼ି ଉଠିଛି ଓଡ଼ିଆ ଅସ୍ମିତା ଓ ସଂସ୍କୃତି । ଏହାକୁ ଦୃଷ୍ଟିରେ ରଖି ପତ୍ରିକାର ଏହି ସଂଖ୍ଯାରେ ରହିଛି ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି ବିଶେଷ ।
Digital (PDF)
INR 50.00

ପତ୍ରିକାର ଏହି ସଂଖ୍ୟାଟି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷାଙ୍କ ରୂପେ ପ୍ରକାଶିତ ହୋଇଛି । ଏଥିରେ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତିକୁ ନେଇ ଉଚ୍ଚକୋଟୀର ପ୍ରବନ୍ଧମାନ ରହିଥିବାବେଳେ ଶ୍ରୀ ଜୟଦେବଙ୍କ ଦଶାବତାର, ଜଗନ୍ନାଥ ଦାସଙ୍କ ଶ୍ରୀଜଗନ୍ନାଥ ଜଣାଣ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଆଦି ସ୍ଥାନିତ ହାେଇଛି । ଏହି ସଂଖ୍ଯାରେ ତତ୍କାଳୀନ ଶ୍ରମନ୍ଦିରର ମୁଖ୍ଯ ପ୍ରଶାସକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ମହାପାତ୍ର, ତତ୍କାଳୀନ ପୁରୀ ଜିଲ୍ଲାପାଳ ଫକୀର ଚରଣ ଶତପଥୀ, ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷିକା ଡ଼ଃ. ତୁଳସୀ ଓଝା, ନନ୍ଦିଘୋଷ ରଥର ଶାଢ଼ୀବନ୍ଧା ମୁଖ୍ୟ ମହାରଣା ଲିଙ୍ଗରାଜ ମହାପାତ୍ର, ବିଦ୍ୟାପତିଙ୍କ ବଂଶଜ ସୁଧ ସୁଆର -ବନମାଳି ସୁଆରଙ୍କ ସହ ଏକ ସାକ୍ଷାତକାର ରହିଛି ।

ସେହିପରି ରାଧାମୋହନ ଗଡନାୟକ, ଶ୍ରୀ ଲକ୍ଷ୍ମୀଧର ନାୟକ, ପ୍ରସନ୍ନ ପାଟ୍ଟଶାଣୀ, ନିରଞ୍ଜନ ପାତ୍ର, ମନୋରମା ବିଶ୍ୱାଳ ମହାପାତ୍ର, ରତ୍ନାକର ରାଉତ, ପ୍ରମୀଳା ଶତପଥୀ, ବିଷ୍ଣୁପଦ ସେଠି, ସନ୍ତୋଷ କୁମାର ମିଶ୍ର, ଧନେଶ୍ୱର ରାଉତ, ଯୋଗେନ୍ଦ୍ର କୁମାର ନାୟକ, ପ୍ରଭାତ କୁମାର ମିଶ୍ର, ସ୍ୱପ୍ନା ମିଶ୍ର, ଦିଲୀପ କୁମାର ସ୍ୱାଇଁ, ଡକ୍ଟର ବିଧୁପ୍ରଭା ରଥ, କୈଳାସ ଚନ୍ଦ୍ର ସାହାଣୀ, ଶଶି ଭୂଷଣ ରଥ, ନରେନ୍ଦ୍ର ସାହୁ, ଗୋଲକ ଚନ୍ଦ୍ର ଦଳାଇ, ସୁଶୀଲ କୁମାର ପାଣିଗ୍ରାହୀ, ସୁଧିର କୁମାର ସାହୁ, ମନୋଜ କୁମାର ଦାଶ, କିଶୋର ଚନ୍ଦ୍ର ସାହୁ, କମଳା କୃଷ୍ଣ ତ୍ରିପାଠୀ, ନର୍ମଦା ସାହୁ, ନାରାୟଣ ପ୍ରସାଦ ବେହେରା ପ୍ରମୁଖଙ୍କ କବିତା ରହିଥିବାବେଳେ ବିପିନ୍ ବିହାରୀ ମିଶ୍ର ଓ ସୁପ୍ରିୟା ମଲ୍ଲିକଙ୍କ ଗଳ୍ପ ଓ ଆହୁରି ଅନେକ କିଛି ରହିଛି ।

Report an Error