ଜୁଲାଇ - ଅଗଷ୍ଟ ୨୦୦୩

ପତ୍ରିକାର ଜୁଲାଇ - ଅଗଷ୍ଟ ୨୦୦୩ ସଂଖ୍ଯାଟି ବିଶ୍ବ ନିୟନ୍ତା ଜଗନ୍ନାଥଙ୍କୁ ସମର୍ପିତ । ପ୍ରଚ୍ଛଦରୁ ସମ୍ପାଦକୀୟ, ପ୍ରବନ୍ଧ ଓ କବିତା ସବୁଠି ରହିଛି ଆଧ୍ୟାତ୍ମିକତାର ସ୍ପର୍ଶ । ସବୁଥିରେ ରହିଛି କାଳିଆ ଠାକୁରଙ୍କ ଲୀଳା ଖେଳା ।
Digital (PDF)
INR 50.00

ଜଗତର ଠାକୁର ଜଗନ୍ନାଥ - ଓଡ଼ିଆଙ୍କ ମଉଡ଼ମଣି । ସେ ସ୍ରଷ୍ଟା ଆଉ ସୃଷ୍ଟି ମଧ୍ୟ । ସାହିତ୍ଯ, ସଂସ୍କୃତିର ବାର୍ତ୍ତାବହ ଏଇ ପତ୍ରିକାର ସଂଖ୍ଯାଟି ଜଗନ୍ନାଥ ସଂସ୍କୃତି, ଚଳଣି ଓ ପରମ୍ପରାକୁ ନେଇ ବେଶ୍ ସମୃଦ୍ଧ ।

ପତ୍ରିକାର ଜୁଲାଇ - ଅଗଷ୍ଟ ୨୦୦୩ ସଂଖ୍ଯାଟିକୁ ରଥ ସଂଖ୍ଯା ରୂପେ ପ୍ରକାଶ କରାଯାଇଛି । ଏହି ସଂଖ୍ଯାରେ ପ୍ରବନ୍ଧ ବିଭାଗରେ ରହିଛି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ 'ଭାରତୀୟ ସଂସ୍କୃତିର ପ୍ରତୀକ ଶ୍ରଜଗନ୍ନାଥ', ପ୍ରଫେସର ଗୌରୀକୁମାର ବ୍ରହ୍ମାଙ୍କ 'ଏବେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ତୋଳିଥିଲା କିଏ ?', ହରିହର ବାହିନୀପତିଙ୍କ 'ଶ୍ରୀମନ୍ଦିରର ନକ୍ଷତ୍ରମାଳା', ଫକୀର ହରିଚନ୍ଦନଙ୍କ 'ବାଣପୁରରେ ଶ୍ରୀଜଗନ୍ନାଥ', ଭାସ୍କର ମିଶ୍ରଙ୍କ 'ଶ୍ରୀମନ୍ଦିରର ଗାଥା', କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ 'ଉତ୍କଳର ନେତା ଶ୍ରୀଜଗନ୍ନାଥ ଓ ସମନ୍ବୟବାଦ', ଡକ୍ଟର ଶରତଚନ୍ଦ୍ର ରଥଙ୍କ 'ଶରଧାବାଲି ଓ ଶ୍ରୀଜଗନ୍ନାଥ', ଶ୍ରୀପ୍ରସନ୍ନ ମହାନ୍ତିଙ୍କ 'ରଥ ଉପରେ ଡାହୁକ ଡାକର ଭୂମିକା', ସିଦ୍ଧାର୍ଥ କାନୁନଗୋଙ୍କ 'ବିଶ୍ବରେ ଉଦାରବାଦର ପ୍ରତୀକ', ସିଦ୍ଧେଶ୍ବର ମହାପାତ୍ରଙ୍କ 'ମଣୋହି', ଡ. ଗୋପୀନାଥ ମହାପାତ୍ରଙ୍କ 'ଜଗନ୍ନାଥଙ୍କ ଦେବଦାସୀ' ଆଦି ରହିଥିବାବେଳେ ସାମ୍ପ୍ରତିକୀରେ 'ଜାଗୁଳେଇପାଟଣାର ପୂର୍ଣ୍ଣାବୟବ ତିନି ବିଗ୍ରହ' ରହିଛି ।

ସେହିପରି ଏହି ସଂଖ୍ଯାରେ ଚନ୍ଦ୍ରଶେଖର ରଥ, ଅନାଦି ସାହୁ, ଭଗବାନ ମହାନ୍ତି, ଡ. ଦିବାକର ମାନସିଂହଙ୍କ ଗଳ୍ପ ରହିଥିବାବେଳେ ଜଗନ୍ନାଥ ଦାସଙ୍କ 'ଶ୍ରୀଜଗନ୍ନାଥ ଜଣାଣ', ସନ୍ଥ ଆର୍ତ୍ତତ୍ରାଣ ଦାସଙ୍କ 'ମାଟି ଗାଦି', କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'ଶ୍ରୀମହାପ୍ରସାଦ' ପାଠକଙ୍କୁ ଭକ୍ତିରେ ତଲ୍ଲୀନ କରିବ । ତେବେ କବିତା ବିଭାଗରେ ପ୍ରସନ୍ନ ପାଟ୍ଟଶାଣୀ, ଡ. ହୁସେନ୍ ରବିଗାନ୍ଧୀ, ଡକ୍ଟର ବନବିହାରୀ ପଣ୍ଡା, ସ୍ନେହଲତା ରଥ, ଡକ୍ଟର ବୀଣାପାଣି ଦେବତା, ଅଜୟ ପ୍ରଧାନ, ଯୋଗୀନ୍ଦ୍ରନାଥ ପାଇକରାୟ, ଶ୍ରୀହରି ଧଳ, ନିହାରିକା ବ୍ରହ୍ମା, ଡକ୍ଟର ବଳରାମ ଦାସ, ରୁନୁ ମହାନ୍ତି, ଜୟଶ୍ରୀ ଦେବୀ, ବର୍ଷାରାଣୀ ଜେନା, ରବୀନ୍ଦ୍ରନାଥ ଦାସ, ନିବେଦିତା ମିଶ୍ରଗୁରୁଙ୍କ କବିତା ରହିଛି । ଏଥରର ଗଳ୍ପ ଆଳାପରେ ଅଛନ୍ତି କଳାହାଣ୍ଡିର କଥାକାର ଉତ୍ତମ ପ୍ରଧାନ ଓ ଧାରାବାହିକୀ ଆତ୍ମଜୀବନୀରେ ଡ. ପ୍ରତିଭା ଶତପଥୀଙ୍କ 'ସାତପର, ଆପଣାର' ଆଦି ରହିଛି ।

Report an Error