ଜୁଲାଇ - ଅଗଷ୍ଟ ୨୦୧୪
ଓଡ଼ିଶାର ରାଜନୈତିକ ମାନଚିତ୍ରରେ ଗଜପତି ହୁଏତ ଏକ ନୂତନ ଜିଲ୍ଲା; ମାତ୍ର ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଶାସନ, ସଂହତି, ଐତିହ୍ୟ ଓ ଜାତୀୟତାର ସୁରକ୍ଷା ତଥା ବିକାଶକୁ ନେଇ ଓଡ଼ିଆ ଅସ୍ମିତା, ଜାତୀୟତାବୋଧ ତଥା ଅସ୍ତିତ୍ୱର ପୁନଃ ପ୍ରତିଷ୍ଠା କ୍ଷେତ୍ରରେ ପାରଳାଖେମୁଣ୍ଡିର ଦୀର୍ଘ କାଳ ଅବଦାନ କେବଳ ବିପୁଳ ନୁହେଁ, ପ୍ରକୃତରେ ବିସ୍ମୟକର । ରାଜ୍ୟର ଦକ୍ଷିଣ-ପୂର୍ବ ସୀମାରେ ଅବସ୍ଥିତ ଏକ ଉପାନ୍ତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଓଡ଼ିଶାର ସ୍ୱାଭିମାନ ଓ ସ୍ୱାତନ୍ତ୍ର୍ଯ ପରାକାଷ୍ଠା । ପ୍ରଦର୍ଶନ ପାଇଁ ତଥା ଓଡ଼ିଆ ଭାଷା - ସାହିତ୍ୟର ପୁଷ୍କଳ ବିକାଶପାଇଁ ଏ ମାଟିର ଯେଉଁ ନମସ୍ୟ କୃତୀ ସନ୍ତାନମାନେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ତ୍ୟାଗ, ତପସ୍ୟା ଓ ପ୍ରତିବଦ୍ଧତା ଅତୁଳନୀୟ । ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତାଭାବେ ପାରଳା ଗଜପତି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ତ୍ୟାଗ ଓ ତପସ୍ୟା ସର୍ବଜନବିଦିତ ।
ଏହି ସଂଖ୍ଯାଟି ଗଜପତି ସ୍ବତନ୍ତ୍ର ହାେଇଥିବା ଯାେଗୁଁ ଏଥିରେ ସ୍ଥାନିତ ହାେଇଥିବା ପ୍ରବନ୍ଧଗୁଡିକରେ ରହିଛି ପାରଳା ବିଶେଷ । ଏହି କ୍ରମରେ ରହିଛି 'ଓଡ଼ିଆ ଆନ୍ଦୋଳନର ସ୍ମୃତି', 'ଜାତିର ସଂହତି ସମୃଦ୍ଧି ଓ ଗଜପତି କୃଷ୍ଣଚନ୍ଦ୍ର', 'ଓଡ଼ିଆ ଭାଷା ଓ ସାହିତ୍ଯରେ ଶ୍ଯାମସୁନ୍ଦର ରାଜଗୁରୁ - ଏକ ବିସ୍ମୟ ପ୍ରତିଭା', 'ପାରଳାର ପଦ୍ମରାଗ କବି କଳହଂସ ଗୋପାଳକୃଷ୍ଣ', 'ଓଡ଼ିଆ ସାହିତ୍ଯର ପ୍ରଣୟନ-ପାରଳାର ଅବଦାନ', 'ମାତୃଭାଷାନୁରାଗୀ ପାରଳା ମହାରଜା କୃଷ୍ଣଚନ୍ଦ୍ର' ପ୍ରମୁଖ ।
ଏହି ସଂଖ୍ଯାର ବିଶେଷ ଗଳ୍ପରେ ରହିଛି ସୁରଥ ଚନ୍ଦ୍ର ମଲ୍ଲିକଙ୍କ 'ମିଛ ସାକ୍ଷୀ' । ବ୍ରହ୍ମାନନ୍ଦ ବେହେରା,, ଡ. ତ୍ରିନାଥ ପଟ୍ଟନାୟକ, ଭାନୁମତୀ ସାହୁ, ଶ୍ରୀନିବାସ ପଣ୍ଡା, ମୃଦୁଳା ଗର୍ଗଙ୍କ ଗଳ୍ପ ରହିଥିବାବେଳେ ଡ.ସୁନୀତା ଦେବୀ, ଡ.ଶ୍ରୀହରି ଧଳ, ସଂଗ୍ରାମ ମିଶ୍ର, ବଳରାମ ନାଗା, ସର୍ବାଣୀ ଦାସ, ଡ.କନକ ମଂଜରୀ ପଟ୍ଟନାୟକ, ସନ୍ତୋଷ କୁମାର, ହେମନ୍ତ କୁମାର ରାଉତ, ଡ.ହିମାଂଶୁ କୁମାର ପଟ୍ଟନାୟକ, ମନୋଜ କୁମାର ଦାଶ, ଡ.ଶିବ ପ୍ରସାଦ ଶତପଥି, ପ୍ରତିଭା ମଞ୍ଜରୀ ଦେବୀ, ପ୍ରଶାନ୍ତ ମହାନ୍ତିଙ୍କ କବିତା ରହିଛି । ସେହିପରି ସ୍ମୃତି ଅନୁଭୂତିରେ ଶଶିଭୂଷଣ ରଥଙ୍କ 'ମୋ ଗାଁ', ଭ୍ରମଣରେ କୁମୁଦିନୀ ପଣ୍ଡାଙ୍କ 'ଅନୁଭବର ଆଇନାରେ ସିକିମ୍' ଆଦି ରହିଛି । ଏଥି ସହିତ ଏଥିରେ ଗଜପତିର ତତ୍କାଳୀନ ଜିଲ୍ଲାପାଳ ଶ୍ରୀବାସୁଦେବ ବାହିନୀପତିଙ୍କ ସହ ଏକ ସାକ୍ଷାତକାର ମଧ୍ୟ ଏଥିରେ ସ୍ଥାନିତ ହାେଇଛି ।