ଜୀବନାନୁଭୂତି

ଜୀବନାନୁଭୂତି - ଏକ ସମୟର ଜୀବନ୍ତ ଦସ୍ତାବିଜ୍ । ଏଥିରେ ଲେଖକଙ୍କ ଜୀବନଶୈଳୀ, ଦୃଷ୍ଟିଭଙ୍ଗୀ ଓ ନିଜ ଆଖପାଖରେ ଘଟୁଥିବା ଘଟଣାର ମାର୍ମିକ ପ୍ରତିକ୍ରିୟା ପ୍ରତିଫଳିତ ।
ବଳରାମ ଦାଶ
Digital (PDF)
INR 50.00

ବଳରାମ ଦାଶ, ସାହିତ୍ଯର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ବେଶ୍ ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି । ତାଙ୍କର ସାରସ୍ବତ କୃତି ମଧ୍ୟରେ ରହିଛି - 'ସୁନ୍ଦରୀ', 'ଦକ୍ଷିଣେଶ୍ବର ଜଣାଣ', 'ନିର୍ବାସିତା', 'ରାବଣ', 'ପ୍ରାଚୀ ମହାତ୍ମ୍ଯ', 'ଜନକ ନନ୍ଦିନୀ', 'ମହାଭାରତରେ ନାରୀ', 'କୂଳବଧୂ', 'ଅନ୍ତର୍ଦାହ', 'ଅନ୍ତର୍ଦୃଷ୍ଟି', 'କ୍ଲାନ୍ତ ଅପରାହ୍ନ', 'ରକ୍ତ କର୍କଟ' ।

ଜୀବନାନୁଭୂତି ହେଉଛି ବଳରାମ ଦାଶଙ୍କର ଆତ୍ମଜୀବନୀ । ଆତ୍ମଜୀବନୀ କେବଳ ଏକ ପୁସ୍ତକ ନୁହେଁ, ଏହା ସମୟ ବା ଏକ କାଳଖଣ୍ଡର ଇତିହାସ । ଏଥିରେ କେବଳ ଅନୁଭୂତି ନଥାଏ, ଥାଏ ସେଇ ସମୟର ସାଂସ୍କୃତିକ, ଆର୍ଥିକ ତଥା ସାମାଜିକ ଜୀବନାବୋଧର ଆଭାସ ଥାଏ । ଏଥିରେ ଆମର ପରମ୍ପରା, ଇତିହାସ, ଚଳଣି, ଦୃଷ୍ଟି ଓ ଦର୍ଶନକୁ ଭଲ ରୂପେ ଜାଣିହୁଏ । ଏହି କ୍ରମରେ ବଳରାମ ଦାଶଙ୍କ ଜୀବନାନୁଭୂତି ଆମ ପାଇଁ ଏକ ସମୟର ଅମୂଲ୍ଯ ଦସ୍ତାବିଜ୍ ।

Report an Error