ଝଡ଼ର ଗଜଲ୍‍

ଓଡ଼ିଆ ଗଜଲ୍ ଓ ଗୀତିକବିତାର ଚାହାଣି, ଚଳଣି ଓ ଚମକର ଏକ ତୌର୍ଯ୍ଯତ୍ରିକ ଉଦ୍ଭାସ ।
ଯୋଗାନନ୍ଦ ସାହୁ
Digital (PDF)
INR 100.00

ଯୋଗାନନ୍ଦ ସାହୁ, ଆକାଶବାଣୀ, ଦୂରଦର୍ଶନ, ଓଡ଼ିଆ ଚଳଚ୍ଚିତ୍ର ତଥା ଅଡ଼ିଓ ଆଲବମ୍ ଜଗତର ପ୍ରଭାବଶାଳୀ ଗୀତିକାର । ମାଟିର ବାସ୍ନାରେ ବିଭାେର ତାଙ୍କର ଲେଖନୀ ଜୀବନ ପ୍ରତି ଅଙ୍ଗୀକାରବଦ୍ଧତାରେ ଊର୍ଜସ୍ବଳ । ଚେତନ, ଅର୍ଦ୍ଧଚେତନ ଓ ଅବଚେତନ ସ୍ତରରେ ମନ-ମଂଥନ ହେଉଛି ତାଙ୍କ ଗୀତିକବିତାର ନ୍ଯାସ ଓ ବିନ୍ଯାସ ।

ଗଜଲ୍‍ ଗୀତ ନୁହେଁ, କବିତା ଲେଖିବାର ଏକ ବିଶେଷ ଶୈଳୀ । କବିତାରେ (ଗୀତ-ସଙ୍ଗୀତରେ ଯେମିତି ଗୀତିକବିତା) ଗଜଲ୍‍ ହେଉଛି ଏକାଧିକ ଦ୍ୱିପଦୀର ସମନ୍ୱୟ, ଯେଉଁଥିରେ ଅନୁପ୍ରାସ ସମନ୍ୱିତ ଧ୍ୱନିଗତ ସାମ୍ୟ ଏବଂ ଛନ୍ଦ, ଚରଣ ବା ପଦର ଶେଷରେ ପୁନରାବୃତ୍ତି ରହିବାକୁ ବାଧ୍ୟ । ଆଙ୍ଗିକ ବୈଚିତ୍ର୍ଯରେ ସମୃଦ୍ଧ ଗଜଲ୍‍ କବିତାରେ ଛଅ ଗୋଟି ପର୍ଯ୍ଯାୟ ରହିଛି । ତେବେ 'ଝଡ଼ର ଗଜଲ୍‍'ରେ ରହିଛି, ଗଜଲ୍ ସମ୍ପର୍କିତ ସୂଚନା ସହିତ ଗଜଲ୍‍ ରଚନାର ବୈଷୟିକ ବିଶେଷତ୍ୱ ଓ ବ୍ୟାକରଣ-ନିହିତ ନିୟମ ।

ଆଇନାରେ ଝଡ଼ର ଗଜଲ୍‍ -

  • ଯେଉଁଠି ସବୁଜ ରଙ୍ଗ
  • ବାଟରେ କଣ୍ଟା, କଣ୍ଟାରେ ବାଟ
  • ହସର ଲୁହର ଜମା ଖରଚର
  • ଏଇ ଜୀବନ ଏମିତି ଏକ
  • ‘ମୋ’ଠୁ ‘ମୋ’ ଯାଏଁ ଅନେକ ବାଟ
  • ଯେତିକି ବାଟ ଡାକୁଛି ପାଠ
  • ପର ଦୁଃଖରେ ଦରଦୀ ଯିଏ
  • ପ୍ରେମରେ ପଡ଼ିଲେ ସବୁ ହେପାଜତ
  • ପ୍ରେମ-ଜଉଘର, ଛଳନା-ଅନଳ
  • ଲୁହର ଦୀପାଳୀ ଆଜି ବି ପଚାରେ
  • କୋକେଇକୁ ମୋର ଆଗରେ ପଠାଇ
  • କଥା ଦେଇ କଥା ନରଖିବାରେ ତ
  • ମେଘ ତ ମାଗଣା ଏଠି
  • ପୁରୁଣା ପହି ଆଦର କାହିଁ ?
  • ଜୀବନ ତା’ କାଚଘରେ
  • କଥା କଥାକେ ଖୁଞ୍ଚ ଖୁମାଣି
  • ତୋର ପଦେକୁ ମୋ’ର ପଦେ
  • ନୂଆ ଲୁହର ପୁରୁଣା ବସା
  • ମନ ତୋର ଧନୁରାଶି
  • କିଏ ଜାଣେ କେତେବେଳେ
  • ଜାଣିବାଠାରୁ ପଦେ ଅଧିକ
  • ଛବିର ବଗିଚା...ଛବିର ଫୁଲରୁ
  • ପୂର୍ଣ୍ଣତୋୟା ମଧୁର ମାୟା
  • ଅଳ୍ପ ଲୁଚିଛି, ଅଳ୍ପ ଦିଶୁଛି ଜୀବନ
  • ଶିଖିଲି ଅନେକ ନାଚିଲି ଶୂନ
  • ଋତୁ ବଦଳେ ରୂପ ବଦଳେ
  • ପ୍ରେମ ପ୍ରଣୟ ମନ ହୃଦୟ
  • ହାତୀ ଛତି ତରାସକୁ
  • ବୋଲକରା ଆଇନାର
  • ଦିନରେ ସୂର୍ଯ୍ୟ ରାତିରେ ଜହ୍ନ
  • ଦୃଷ୍ଟପୂର୍ବ ହୋଇ ଅପୂର୍ବ ପ୍ରତୀତି
  • ଦୁଇ ନାଆରେ ଦୁଇଟି ଗୋଡ଼
  • କହି ହେଉନାହିଁ ସହି ହେଉନାହିଁ
  • ଧଳା କାଗଜରେ ଧଳା ଅକ୍ଷର
  • କହିବା ଲୋକ, କରିବା ଲୋକ
  • କାଲି ରହିଥିଲା, ଆଜି ବି ରହିଛି
  • ସୁନ୍ଦରୀଙ୍କର ଫେରିବାର ଠାର
  • ମୁଚୁକୁନ୍ଦ ହସ ହସୁଛି କରଡ଼ି
  • ଛାଇ ସାଥିରେ ମୁଁ ଚାଲୁଚାଲୁ ମୋର
  • ନହେଲା ନାହିଁ, ଦୁଃଖକୁ ମୋର
  • ଲୁହର ସୁଧାର ତରଳ ଲାଭାର
  • ବାହାରେ ପବନ ଭିତରେ ପବନ
  • ପିଆଜ କାଟୁ କାଟୁ ହୃଦୟ କଟୁ କଟୁ
  • ଭାତ ଭଳି ଫୁଟୁ ପଛେ ଏ ଜୀବନ
  • ପ୍ରେମ ଆକାଶକୁ ହୃଦୟ ପକ୍ଷୀ
  • ଶେଯ ବି ଜହର, ନିଦ ବି ଜହର
  • ମନ୍ଦିର କରୁଛି ମୁହିଁ
  • ଘରକୁ ଘାଟ ଘାଟକୁ ଘର
  • କିଛି ଜାଣି ଅନ୍ଧ ଲାଗି ଶୂନ୍ୟରେ
  • ରାତି ଘୂରୁଥାଏ ଦିନ ଘୂରୁଥାଏ
Report an Error