
ଜାନୁଆରୀ - ୨୦୦୫
ଏହି ସଂଖ୍ଯାର ପର୍ଯ୍ୟଟନରେ ହେମନ୍ତ କୁମାର ରାଉତଙ୍କ - ଜୈବ ବୈଚିତ୍ରର ଜୈତ୍ର ପଥେ ବିଶ୍ୱ ବିଖ୍ୟାତ ଭିତର କନିକା, ଦର୍ଶନରେ ଗିରିଜା ମଞ୍ଜରୀ ପାଢ଼ୀଙ୍କ କଳିଯୁଗର ଭକ୍ତି ଯୁଗ ଆଦି ରହିଥିବାବେଳେ ଡ଼. ଦୀନବନ୍ଧୁ ମିଶ୍ର,ବାଞ୍ଛାନିଧି ଦାସଙ୍କ ପ୍ରବନ୍ଧ, ସୁଦର୍ଶନ ଦାସଙ୍କ କୋଣାର୍କରୁ କାଞ୍ଚି ପର୍ଯ୍ୟନ୍ତ ରହିଛି ।
ସେହିପରି ବିଜୟ ମହାପାତ୍ର, ସଂଜୀବ ଚନ୍ଦ୍ର ହୋତା, ବିପିନ କାନୁନଗୋ, ମନୋଜ କୁମାର ପଣ୍ଡା, ସୁପ୍ରିୟା ମଲ୍ଲିକଙ୍କ ଗଳ୍ପ, ଡ ପ୍ରସନ୍ନ ପାଟଶାଣୀ, ରାଜେନ୍ଦ୍ର କିଶୋର ପଣ୍ଡା, ନିରଞ୍ଜନ ପାଢ଼ୀ,ରସାନନ୍ଦ ସାହୁ ,ବ୍ରମହାନନ୍ଦ ବେହେରା, ନାରାୟଣ ପଣ୍ଡା, ନାରାୟଣ ପ୍ରସାଦ ବେହେରା, ସନ୍ତୋଷ କୁମାର ମିଶ୍ର, କୁଳମଣି ନାଥ ଶର୍ମା, ମଞ୍ଜୁଲତା ମହାପାତ୍ର, ସାବିତ୍ରୀ କବି, ସୁକାନ୍ତି ନନ୍ଦ, ଡ଼ଃ ଇନ୍ଦିରା ଦାଶ, କମଳା କୃଷ୍ଣ ତ୍ରିପାଠୀ, ଶ୍ରୀ ସଂଗ୍ରାମ ମିଶ୍ର, ସୌମ୍ୟ ନାରାୟଣ ପାଣିଗ୍ରାହୀଙ୍କ କବିତା ଆଦି ଏହି ସଂକଳନକୁ ଆହୁରି ସମୃଦ୍ଧ କରିଛି । ସ୍ୱାସ୍ଥ୍ୟରେ ଡ଼ଃ ରବୀନ୍ଦ୍ର କୁମାର ପଣ୍ଡାଙ୍କ ଏଡ଼ସ୍ ଏବଂ ତ୍ରିଲୋକ୍ୟ ନାଥ ମହାରଣାଙ୍କ ଜୀବନ ମୃତ୍ୟୁ ସହିତ ଏହି ସଂଖ୍ଯାର ଶିଶୁ ରାଇଜରେ ଗୋଲକ ବିହାରୀ ବିଶୋଇଙ୍କ ମିଛୁଆ ସାପ, ଶ୍ରୀ ବିଶ୍ୱଜିତ ପଟ୍ଟନାୟକଙ୍କ ସର୍ପ, ମଣ୍ଡୁକ ଓ କୀଟ କଥା , ଶ୍ରୀ ମେଘନାଦ ସ୍ୱାଇଁଙ୍କ ବର୍ଷା କାଳ ଆଦି ରହିଛି ।
ପ୍ରତିଭା ଶତପଥୀଙ୍କ ସ୍ମୃତି ଲିପି, ଶ୍ରୀମତୀ ବିନୋଦିନୀ ମହାପାତ୍ରଙ୍କ କେତେକ ଅଜଣା କଥା ରହିଥିବାବେଳେ ବ୍ୟକ୍ତିତ୍ବରେ ରହିଛନ୍ତି ବୈଜୁ ବାୱର| । ପୁସ୍ତକ ସମୀକ୍ଷାରେ ଦେବାଶିଷ ପାଣିଗ୍ରାହୀଙ୍କ ପୁସ୍ତକ ଅତୀନ୍ଦ୍ରିୟ, ବିରଜା ରାଉତରାୟଙ୍କ କେମିତି ଭିଜାଏ ବର୍ଷା କବି ମିନମଞ୍ଜରୀ ମହାପାତ୍ରଙ୍କ ବଣମଲ୍ଲୀ ଆଦି ରହିଛି ।