
ଜାନୁଆରୀ - ମାର୍ଚ୍ଚ ୧୯୯୫
ପତ୍ରିକାର ପ୍ରଥମ ସଂଖ୍ଯାର ଆମ ସମୟର ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ଯିକମାନଙ୍କ ଲେଖା ଏହାର କଳେବରକୁ ସମୃଦ୍ଧ କରିଛି । ଏହି କ୍ରମରେ ଡ଼ଃ ବିଷ୍ଣୁ ପ୍ରିୟ ହୋତା , ଡ଼ଃ ସତ୍ୟ ପଟ୍ଟନାୟକଙ୍କ ପ୍ରବନ୍ଧ । ପ୍ରଶାନ୍ତ ମହାନ୍ତି, ଡ଼ଃ ଅର୍ଚନା ନାୟକ, ସହଦେଵ ସାହୁ, ଯତୀନ୍ଦ୍ର ପାଢୀଙ୍କ ଗଳ୍ପ, ନୃସିଂହ ଚରଣ ରଥଙ୍କ ଧର୍ମ ଓ ଦର୍ଶନରେ ପ୍ରମୋଦ ପଟ୍ଟନାୟକଙ୍କ ରମ୍ୟକଥା ଆଦି ରହିଛି । ସେହିପରି କବିତାରେ -ରମାକାନ୍ତ ରଥ, ପ୍ରସନ୍ନ ପାଟ୍ଟଶାଣୀ, ମନୋରମା ମହାପାତ୍ର, ଅବନୀ ପ୍ରଧାନ, ହରପ୍ରସାଦ ପରିଛା ପଟ୍ଟନାୟକ, ଆଶୁତୋଷ ପରିଡା, ଦିଲ୍ଲୀପ ଶ୍ରୀଚନ୍ଦନ, ହୃଷିକେଶ ମଲ୍ଲିକ, ରାଜୁ ସାମଲ, ନୀଳାମ୍ବର ରଥ, ନେତ୍ରାନନ୍ଦ ସାମନ୍ତରାୟ, ସୌଭାଗ୍ୟ ପଟ୍ଟନାୟକ, ରାମକୃଷ୍ଣ ସାହୁ, ପ୍ରଦୀପ ବିଶ୍ୱାଳ, ଦିପ୍ତିମୟୀ ପ୍ରଧାନ, ସୁଧା ଦାଶ, କ୍ଷିରୋଦ ପରିଡା, ନିହାରିକା ବ୍ରହ୍ମା, ଅଧ୍ୟାପକ ରଜନୀ ରଞ୍ଜନ, ମିନାକ୍ଷୀ ମହାନ୍ତି, କୃଷ୍ଣ ମହାନ୍ତି ପ୍ରଭୃତିଙ୍କ କବିତା ସ୍ଥାନ ପାଇଛି । ଆହା କି ସୁନ୍ଦର ରାଜନୀତିରେ ବରେନ୍ଦ୍ର କୃଷ୍ଣ ଧଳଙ୍କ ଉଲଗ୍ନ ଗଣତନ୍ତ୍ର ଓ ଅନ୍ଧ ଧୃତରାଷ୍ଟ୍ର ଏହି ସଂଖ୍ଯାକୁ ଆହୁରି ଆକର୍ଷଣୀୟ କରିଛି । ଏହି ସଂଖ୍ଯାରେ ସ୍ମୃତିରେ ଅକ୍ଷୟ ବେହେରାଙ୍କ ଛନ୍ଦାଚରଣ, ଅନ୍ୟ ଦିଗନ୍ତରେ ପ୍ରଦୀପ୍ତ ଶ୍ରୀଚନ୍ଦନ, ରୋହିଣିକାନ୍ତ ମୁଖାର୍ଜୀଙ୍କ ଅନୁବାଦ, ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ଓ ଶଶାଙ୍କ ଚୂଡ଼ାମଣିଙ୍କ ପୁସ୍ତକ ସମୀକ୍ଷା ରହିଛି ।