ହରିହର ଯୋରର କଥା

ଗିରିଜା ଶଙ୍କର ସାହୁଙ୍କ ‘ହରିହର ଯୋରର କଥା’ରେ ରହିଛି ହରିହର ଯୋରକୁ ନେଇ କିଛି ତିକ୍ତ-ମଧୁର ଅନୁଭୂତି ଆଉ ତା ସହିତ ଏହି ପ୍ରୋଜେକ୍ଟ ସମ୍ପର୍କିତ ବୈଷୟିକ ତଥ୍ଯ ।
ଗିରିଜା ଶଙ୍କର ସାହୁ
Digital (PDF)
INR 100.00

ପ୍ରତ୍ଯେକ ନିର୍ମାଣ ପଛରେ ଥାଏ ଅନେକ କାହାଣୀ, କିଛି ଜଣାଥାଏ ଆଉ କିଛି ସେମିତି ଅଜଣା ଅଶୁଣା ହୋଇ ରହିଥାଏ । ଠିକ୍ ସେମିତି ହରିହର ଯୋରକୁ ନେଇ ରହିଛି ଅନେକ ଜଣା ଅଜଣା କଥା, କିଛି ତିକ୍ତ ମଧୁର ସ୍ମୃତି ଆଉ ଅନୁଭୂତି । ଏହି ପୁସ୍ତକରେ ଲେଖକ ଏମିତି କିଛି କଥାକୁ ବେଶ୍ ରୋଚକ ଶୈଳୀରେ ବର୍ଣ୍ଣନା କରିଛନ୍ତି । ଯଦିଓ ଏହି ପୁସ୍ତକରେ ଲେଖକୀୟ ଶୈଳୀର ପରିପ୍ରକାଶ ପାଇଁ କିଛି କଳ୍ପନାର ପୁଟ ଦିଆହୋଇଛି, ତଥାପି ବାସ୍ତବିକତା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ।

ଲେଖକ ଜଣକ ହରିହର ଯୋର ପ୍ରୋଜେକ୍ଟରେ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବେ କୋଡ଼ିଏ ବର୍ଷରୁ ଅଧିକ ଅର୍ଥାତ୍ ଚାକିରିର ଏକତୃତୀୟାଂଶ କାଳ ଅତିବାହିତ କରିସାରିଛନ୍ତି ।

ଏଥିରେ ରହିଛି -

୧. ବୀର ମହାରାଜପୁରର ସଂକ୍ଷିପ୍ତ ଇତିହାସ
୨. ହରିହର ଯୋର ନାମକରଣର ଇତିହାସ
୩. ହରିହର ଯୋରର ମହାତ୍ମ୍ୟ
୪. ଜଣେ ପ୍ରକଳ୍ପ ମନସ୍କ ପୁରୁଷଙ୍କ ବିଷୟରେ
୫. ଖୋଲିଲା ଡିଭିଜନ ଅଫିସ
୬. ଆଶାର ଅଙ୍ଗୁରୋଦ୍ଗମ
୭. ସର୍ଭେ ସମୟର କିଛି କଥା କିଛି ବ୍ୟଥା
୮. କଲୋନୀ ଓ ଅଫିସ ଗୃହ ନିର୍ମାଣ
୯. ବୀରମହାରାଜପୁର ସେଦିନର ଓ ଆଜିର
୧୦. ପ୍ରକଳ୍ପର ବିବରଣୀ
୧୧. ଏମାନେ ବି ଇଞ୍ଜିନିୟର ଥିଲେ
୧୨. ଜଳସେଚନର ପ୍ରାଚୀନତା
୧୩. ପର୍ଯ୍ୟଟନ ସୃଷ୍ଟି ଓ ସମ୍ଭାବନା
୧୪. ମୋ କୁକୁର ଠେଙ୍ଗୁଆ ମେସ୍
୧୫. ଜଙ୍ଗଲ ଓ ପରିବେଶ ନଷ୍ଟ ପରିପ୍ରେକ୍ଷୀରେ ଜଳସେଚନ ପ୍ରକଳ୍ପ

Report an Error