ଗାନ୍ଧୀ ମହାତ୍ମା

ଲେଖକ ଗୌରାଙ୍ଗ ଚରଣ ପରିଡ଼ାଙ୍କର ଗାନ୍ଧୀ ସାହିତ୍ଯ କ୍ରମର ଏହା ତୃତୀୟ ସୃଷ୍ଟି । ଏଥିରେ ଭାରତରେ ଗାନ୍ଧୀଙ୍କର ତେତିଶ ବର୍ଷର ଜୀବନୀ କଥା ରହିଛି ।
ଗୌରାଙ୍ଗ ଚରଣ ପରିଡ଼ା
Digital (PDF)
INR 100.00

ଗାନ୍ଧୀ ମହାତ୍ମା ଏକ ପାରମ୍ପରିକ ଜୀବନୀ ଇତିହାସ ନୁହେଁ । ଭାରତରେ ଗାନ୍ଧୀ ସଂଗ୍ରାମ ଏବଂ ଗାନ୍ଧୀ ଜୀବନାଦର୍ଶର ଏହା ଏକ ଧାରାବାହିକ ଜୀବନ୍ତ ଇତିହାସ । ୧୯୧୫ରୁ ୧୯୪୮ ମସିହା ପର୍ଯ୍ୟନ୍ତ ଭାରତରେ ଗାନ୍ଧୀ ସଂଗ୍ରାମର ଆଧାର ଥିଲା ସତ୍ୟ, ଅହିଂସା, ସତ୍ୟାଗ୍ରହ । ଅହିଂସା ଯୁକ୍ତ ସଂଗ୍ରାମ ହେଉଛି ସତ୍ୟାଗ୍ରହ । ଏବଂ ସତ୍ୟାଗ୍ରହୀଟିର ପରାଜୟ ନଥାଏ - ଏପରିକି ମୃତ୍ୟୁରେ ବି । ଗାନ୍ଧିଜୀଙ୍କ ଏଇ ତତ୍ତ୍ୱକୁ ତଥ୍ୟ ଭିତ୍ତିକ ଉପସ୍ଥାପନାର ଏକ ସଫଳ ରୂପାୟନ ଦିଆଯାଇଛି ଏହି ପୁସ୍ତକରେ । ପୂର୍ବରୁ ଲେଖକଙ୍କର 'ମୋହନରୁ ମହାତ୍ମା' ଏବଂ 'ଗାନ୍ଧୀ ଚର୍ଚ୍ଚା' ପୁସ୍ତକ ଆତ୍ମପ୍ରକାଶ କରିସାରିଛି ।

Report an Error