ଫେବୃଆରୀ - ଏପ୍ରିଲ୍ ୧୯୯୮

ପତ୍ରିକାର ଫେବୃଆରୀ - ଏପ୍ରିଲ୍ ୧୯୯୮ ସଂଖ୍ଯାଟିରେ ରହିଛି ମନୋଜ୍ଞ ଗଳ୍ପ, ମନଛୁଆଁ କବିତା, ପ୍ରବନ୍ଧ ସମେତ ଡ. ପ୍ରତିଭା ଶତପଥୀଙ୍କ ଆତ୍ମଜୀବନୀ ଓ ଆହୁରି ଅନେକ କିଛି ।
Digital (PDF)
INR 50.00

ପତ୍ରିକାର ଫେବୃଆରୀ - ଏପ୍ରିଲ୍ ୧୯୯୮ ସଂଖ୍ଯାଟିର ସମ୍ପାଦକୀୟରେ ମହାନ୍ ଜନନାୟକ, ସଂଗଠକ, ସାମ୍ବାଦିକ ତଥା ନୀତିନିଷ୍ଠ ରାଜନୀତିଜ୍ଞ ତଥା ପଦ୍ମଭୂଷଣ ରାଧାନାଥ ରଥଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଯାଇଛି ।

ଏହି ସଂଖ୍ଯାର ମୁଖ୍ଯ ପ୍ରସଙ୍ଗରେ ‘ଓଡିଆ ବୀର ମୂଳିଆ ଧଳ’ । ସେହିପରି ଏହି ସଂଖ୍ଯାର ପ୍ରବନ୍ଧ ବିଭାଗରେ ରହିଛି ଦାଶରଥି ଭୂୟାଁଙ୍କ ‘ଗଳ୍ପ ଗାଳ୍ପିକା ଏବଂ ପାଠକ’, ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହଙ୍କ ‘ଜାତୀୟ ସଂହତି, ଏକତା ଓ ସଦ୍ଭାବନା’, ତ୍ରିଲୋଚନ ପ୍ରଧାନଙ୍କ ‘ଫକୀରମୋହନଙ୍କ ଗଳ୍ପରେ ହାସ୍ଯ ଓ ବ୍ଯଙ୍ଗ’ ଆଦି ରହିଥିବାବେଳେ ଗଳ୍ପ ବିଭାଗରେ ରହିଛି - ରବୀନ୍ଦ୍ରନାଥ ଦାସଙ୍କ ଦ୍ବାରା ଲିଖିତ ‘ଅନ୍ଧକାରର ମୁହଁ’, ସମରେନ୍ଦ୍ର ନାୟକଙ୍କ ‘ଦିଖଣ୍ଡ ଶାଢୀ’, ତପନ କୁମାର ମହାପାତ୍ରଙ୍କ ‘ସର୍ପଫଣାରେ ସାରା ରାତି’, ସୁବ୍ରତ କୁମାର ପଟ୍ଟନାୟକଙ୍କ ‘ହାୟ ଭାଗ୍ଯ, ହାୟ ବିଧାତା’ ପ୍ରଭୃତି ରହିଛି ।

ସେହିପରି ପ୍ରହରାଜ ସତ୍ଯନାରାୟଣ ନନ୍ଦ, ଚନ୍ଦ୍ରକୁମାର ମହାନ୍ତି, ରତ୍ନାକର ପଣ୍ଡା, ଡ. ପ୍ରଭାତ ନଳିନୀ ମହାପାତ୍ର, ଶଶି ଭୂଷଣ ବିଶ୍ବାଳ, ମନୋରଂଜନ ପାଣିଗ୍ରାହୀ, ପ୍ରମିଳା ଶତପଥୀ, ରମେଶ ଚନ୍ଦ୍ର ବେହେରା, ଶିଶିର କୁମାର ନାୟକ, କୁଞ୍ଜବିହାରୀ ସାହୁ, ଗଜାନନ ମିଶ୍ର, ସୁଧା ଦାଶ, ଦିବ୍ଯସିଂହ ଦାସ ଅଧିକାରୀ, ଜୟନ୍ତୀ ବିଶ୍ବାଳ, ଯଜ୍ଞେଶ୍ବର ବିଶି, ସତ୍ଯନାରାୟଣ ଗନ୍ତାୟତ, ଇନ୍ଦିରା ଦାଶ, ଅୟସକାନ୍ତ, ନୀଳମାଧବ ବେହେରା, ଯଯାତି ସାହୁ, ବିରଜା ବଳ, ସିଦ୍ଧେଶ୍ବର ପଣ୍ଡା, ଯାଜ୍ଞବଳକ୍ଯ ଷଡଙ୍ଗୀ, ଗାେପୀନାଥ ବାଗ, ପରମେଶ୍ବର ମୁଣ୍ଡ, କମଳାକୃଷ୍ଣ ତ୍ରିପାଠୀ, ଭାରତ ମାଝୀଙ୍କ କବିତା ଥିବାବେଳେ ବିଶ୍ବ ସାହିତ୍ଯରେ ଏକ ନିଆରା ପରିଚିତି ହାସଲ କରିଥିବା କବି ତଥା ତୁର୍କୀ କାବ୍ଯଶିଳ୍ପୀ ନାଜିମ୍ ହିକମତ୍, ଇଟାଲୀୟ କବି ଉମବାର୍ତୋ ସାବା, ଗ୍ରୀସ୍ କବି ଜର୍ଜ ସେଫେପିସ୍, ଫିନୀୟ ସାହିତ୍ଯର ବିଖ୍ଯାତ କବି ପାଭାେ ହାଭିକୋ ଓ ହାରମେଟିକ୍ କାବ୍ଯଶୈଳୀର ପୂଜାରୀ ଜୁସେପ୍ପେ ଉନଗାରେଭି ପ୍ରମୁଖଙ୍କ କବିତାର ଓଡିଆ ଅନୁବାଦ ରହିଛି । ସେହିପରି ସୁଗାଳ୍ପିକା କଥା ଔପନ୍ଯାସିକା ଏମିଲି ଜୋଲାଙ୍କ ଏକ ଗପର ଅନୁବାଦ ମଧ୍ୟ ରହିଛି । ଆହୁରି ମଧ୍ୟ ଭାରତୀୟ କଥାଶିଳ୍ପୀ ସୁକୁମାର ରାୟ, ଫଣୀଶ୍ବରନାଥ ରେଣୁଙ୍କ ଏକ ଏକ ଗପର ଓଡିଆ ଅନୁବାଦକୁ ଏହି ସଂଖ୍ଯାରେ ସ୍ଥାନିତ କରାଯାଇଛି । ଏହାବାଦ୍ ବହୁ ପରିଚିତା ନାରୀ କବି ଜ୍ଯୋସ୍ନା ଦାସଙ୍କ କବିତା ସଂକଳନ 'ମାୟା'ର ସମୀକ୍ଷା ଏହି ସଂଖ୍ଯାର ପୁସ୍ତକ ସମୀକ୍ଷାରେ ରହିଛି ।

ସବୁଥର ପରି ଡ. ପ୍ରତିଭା ଶତପଥୀଙ୍କ ଆତ୍ମଜୀବନୀ 'ଉଷା ପାହାନ୍ତିର ଉଷସୀ' ପାଠକଙ୍କ ପାଇଁ ରହିଥିବାବେଳେ ଏହି ସଂଖ୍ଯାରେ ସତାନବେ ମସିହାରେ ଓଡିଆ ସାହିତ୍ଯର ସ୍ମୃତି ରହିଛି । ସତାନବେ ମସିହାରେ ଓଡିଆ ସାହିତ୍ଯ କେତେ ନେଇଛି, କେତେ ଦେଇଛି, ତାହାର ଏକ ସୃଜନୀ ଆକଳନ କରାଯାଇଛି ଏଥିରେ ।

Report an Error