ଫେବୃଆରୀ - ମାର୍ଚ୍ଚ ୨୦୦୩
ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ରହିଛି ମରାଳ ମାଳିନୀ ନିଳାମ୍ବୁ ଚିଲିକା । ପରିବେଶ ଓ ପର୍ଯ୍ଯଟନର ଏକ ସ୍ବତନ୍ତ୍ର ସଂଖ୍ଯା ରୂପେ ପ୍ରକାଶିତ ଏହି ସଂଖ୍ଯାରେ ରହିଛି ଚିଲିକା ଓ ଭିତରକନିକା ସମ୍ପର୍କରେ ବିଶେଷ ପ୍ରସ୍ତୁତି । ତତ୍କାଳୀନ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଗୋପୀନାଥ ମହାନ୍ତି, ତତ୍କାଳୀନ ଭଦ୍ରକ ଜିଲ୍ଲାପାଳ ଶ୍ରୀକାନ୍ତ କୁମାର ପାଇକରାୟ, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ବିଜୟ ଶଙ୍କର ଦେଓ, ପ୍ରଫେସର ପ୍ରବୀର ପାଲ୍, ସଞ୍ଜୟ ଦାସବର୍ମାଙ୍କ ସମେତ ତତ୍କାଳୀନ ବାଣପୁରର ତହସିଲଦାର ଓ ପୁରୀର ପୂର୍ବତନ ଜିଲ୍ଲାପାଳଙ୍କୁ ନେଇ ଚିଲିକା ଓ ଏହାର ବିକାଶକୁ ନେଇ ପଚରାଯାଇଥିବା କିଛି ପ୍ରଶ୍ନାେତ୍ତରକୁ ଏଥିରେ ଅବତାରଣା କରାଯାଇଛି । ଏହା ସହିତ ଚିଲିକା ଓ ଭିତରକନିକାକୁ ନେଇ ବିଶିଷ୍ଟ ବ୍ଯକ୍ତିବିଶେଷଙ୍କ ଆଲେଖ୍ଯମାନ ରହିଛି । ଆହୁରି ମଧ୍ୟ ଓଡି଼ଶାର ପର୍ଯ୍ଯଟନ ଓ ହାେଟେଲ ଶିଳ୍ପ ସମ୍ପର୍କିତ କିଛି ପ୍ରଶ୍ନୋତ୍ତର ମଧ୍ୟ ଏହି ସଂଖ୍ଯାରେ ରହିଛି ।
ଜୀବନବାଦୀ କଥାଶିଳ୍ପୀ - ଗାଳ୍ପିକା ବୀଣାପାଣି ମହାନ୍ତିଙ୍କ ସହ ଏକ ସାକ୍ଷାତକାରର କିୟଦଂଶ ଏହି ସଂଖ୍ଯାର ଗଳ୍ପ ଆଳାପରେ ରହିଥିବାବେଳେ ଗଳ୍ପ ବିଭାଗରେ ଡକ୍ଟର ଶତ୍ରୁଘ୍ନ ବେହେରାଙ୍କ 'ମାଛରଙ୍କା', ଦୁର୍ଗାମାଧବ ଦାଶଙ୍କ 'ଏକ ଛନ୍ଦହରା ଜୀବନ', ଡ. ସରସ୍ବତୀ ସ୍ବାଇଁଙ୍କ 'ଲୁନ୍ଦାର ସ୍ବପ୍ନ', ମଦନ ମୋହନ ମିଶ୍ରଙ୍କ 'ସ୍ବପ୍ନ ଭଙ୍ଗ', ସୁପ୍ରିୟା ମଲ୍ଲିକଙ୍କ' ଜହ୍ନ ରାତି', ଭଗବାନ ମହାନ୍ତିଙ୍କ 'ଆଉ ଜଣେ ଭରସିମୋ ଟାରୋ', ବିପିନ୍ ନାୟକଙ୍କ 'ଅଧରାତିରେ ଆନନ୍ଦ' ଆଦି ରହିଛି ।
ପ୍ରସନ୍ନ ପାଟ୍ଟଶାଣୀ, ରବିନାରାୟଣ ସେନାପତି, ଶ୍ରୀ କମଳାକାନ୍ତ ପଣ୍ଡା, ପ୍ରତିଭା ପରିଡା, ନିରଞ୍ଜନ ବେହୁରିଆ, ସୌଭାଗ୍ଯବନ୍ତ ମହାରଣା, ନିଳୟକାନ୍ତ ମହାପାତ୍ର, ପ୍ରହ୍ଲାଦ ଶତପଥୀ, ବିନୋଦିନୀ ପାତ୍ର, ସୁବ୍ରତ ଜେନା, ଅନ୍ତର୍ଯ୍ଯାମୀ ମିଶ୍ର, ରାଜ କିଶୋର ଦାସ, ପ୍ରେମାନନ୍ଦ ଖଣ୍ଡୁଆଳ, କମଳା କୃଷ୍ଣ ତ୍ରିପାଠୀ, ଫଣୀନ୍ଦ୍ର ଭୂଷଣ ନନ୍ଦ, ନାରାୟଣ ପ୍ରସାଦ ବେହେରା, ଦେବେନ୍ଦ୍ର କୁମାର ବାଉରୀ, ସୁଶାନ୍ତ ଦାଶ, ପ୍ରକାଶ କୁମାର ସେନାପତି, ଚିତ୍ତରଂଜନ ନାୟକ, ଅନ୍ନପର୍ଣ୍ଣା ନନ୍ଦ, ହେମନ୍ତ କୁମାର ରାଉତ, ବୈକୁଣ୍ଠନାଥ ପତି, ଉଦୟ ମହାପାତ୍ର, ଅମେୟବିକ୍ରମା ନନ୍ଦନ ଭୂୟାଁ, ଡକ୍ଚର ସତ୍ଯ ପଟ୍ଟନାୟକ, ରତ୍ନାକର ରାଉତଙ୍କ କବିତାଗୁଡିକ ରହିଥିବାବେଳେ ଧର୍ମ ଦର୍ଶନରେ ପ୍ରତିଭା ମହାରଥୀଙ୍କ 'ଶ୍ରୀଜଗନ୍ନାଥ ଭଜନ ଓ ଜଣାଣରେ ଅଶ୍ଳୀଳତା', ଧାରାବାହିକୀ ଆତ୍ମସମୀକ୍ଷାରେ ପ୍ରତିଭା ଶତପଥୀଙ୍କ 'ମୋର ବାଳିକା ସ୍କୁଲ' ଆଦି ରହିଛି, ସେହପରି ଧାରାବାହିକୀ ଭ୍ରମଣରେ କୁମୁଦିନୀ ପଣ୍ଡା (ବ୍ରହ୍ମା)ଙ୍କ 'ପ୍ରବାସରେ ମୁଁ' ଆଦି ରହିଛି । ତେବେ ସବୁଥର ପରି ଏହି ସଂଖ୍ଯାରେ ଆଇନା, ଅନ୍ଯଦିଗନ୍ତ ଆଦି ପାଠକଙ୍କ ପାଇଁ ରହିଛି ।