ଦଳିତ ସଂସ୍କୃତିର ଇତିହାସ

ବାସୁଦେବ ସୁନାନୀ ଆମ ସମୟର ଜଣେ ସ୍ୱନାମଧନ୍ୟ ଓଡ଼ିଆ ସାହିତ୍ଯିକ । ତାଙ୍କ ଲେଖାରେ ଜାତି-ଶ୍ରେଣୀ ଆଧାରରେ ସମାଜର ସବୁଠାରୁ ତଳସ୍ତରରେ ଥିବା ବ୍ୟକ୍ତିମାନଙ୍କର କଥା ଓ ସେମାନଙ୍କ ସାଂସ୍କୃତିକ ଜୀବନ ପ୍ରତିଫଳିତ ହେଇଥାଏ ।
Digital (PDF)
INR 100.00

ପେଶାରେ ପ୍ରାଣୀ ଚିକିତ୍ସକ ରୂପେ କାର୍ଯ୍ଯକରୁଥିଲେ ହେଁ, ଡ. ସୁନାନୀ ସାହିତ୍ଯ ଓ ସଂସ୍କୃତି ପ୍ରତି ବେଶ୍ ଅଙ୍ଗୀକାରବଦ୍ଧ । ସେ ଦଳିତ ସଂସ୍କୃତି ଉପରେ ଗଭୀର ଅଧ୍ୟୟନ କରିଛନ୍ତି ଏବଂ ଡମ ଭାଷା ଓ ସାଂଗୀତିକ ପରମ୍ପରାର ପୁନରୁଦ୍ଧାର ପାଇଁ ସତତଃ ଚେଷ୍ଟିତ ।

ଛଅଶହ ପୃଷ୍ଠା ସମ୍ବଳିତ ଏହି ପୁସ୍ତକରେ ରହିଛି ଦଳିତ ସଂସ୍କୃତିର ସମ୍ପୂର୍ଣ୍ଣ ଇତିହାସ । ମୂଳନିବାସୀ ତଥା ସେମାନଙ୍କର ଉତ୍ପତ୍ତି, ନାମକରଣ, ବଂଶ ଐତିହ୍ଯ ପରମ୍ପରା ଠାରୁ ଆରମ୍ଭ କରି ଜୀବନଚକ୍ର, କୃଷି, ଅର୍ଥନୀତି ଓ ସମାଜ ଗଠନରେ ସେମାନଙ୍କର ଭୂମିକା, କୌଳିକ ବୃତ୍ତି 'ଲୁଗାବୁଣା'କୁ ନେଇ ଅନେକ ତଥ୍ଯ ଓ ଲୋକକଥା, ସେମାନଙ୍କର ଧର୍ମ, ବିଶ୍ବାସ, ଅନ୍ଧବିଶ୍ବାସ, ଡୁମା, ପୂଜାପାର୍ବଣ, ଆଦିମ ଦେବାଦେବୀ, ତନ୍ତ୍ର ସାଧନା, ଭାଷା ସାହିତ୍ଯ ଓ ଲୋକକଥା ଆଦିର ବିସ୍ତୃତ ବର୍ଣ୍ଣନ ରହିଛି ।

Report an Error