ବୀଜ ବିକ୍ଷେପ

ଓଡି଼ଆ ଆଧୁନିକ କବିତାର କବି ରକ୍ଷକ ନାୟକ ଜଣେ ଶ୍ରଦ୍ଧାଶୀଳ ଉଚ୍ଚାରଣ । ନିଜର ଅନୁଭବ, ଅତୀତର ଘଟଣା ଏବଂ ବର୍ତ୍ତମାନର ପରିସ୍ଥିତିକୁ ସର୍ଜନାତ୍ମକ ଶୈଳୀରେ ଉପସ୍ଥାପନ କରିବାରେ ସେ ବେଶ୍ ସିଦ୍ଧହସ୍ତ ।
ରକ୍ଷକ ନାୟକ
Digital (PDF)
INR 50.00

ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ, ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।

ସେ କବିତା ରଚନା କରିବା ସହିତ ପତ୍ରିକା ସମ୍ପାଦନାରେ ମଧ୍ୟ ଜଡ଼ିତ । ‘ଉର୍ଦ୍ଧ୍ବ ଉଡ଼ାଣ’ ପାଣ୍ଡୁଲିପି ପାଇଁ ୧୯୯୭ରେ ରାଜ୍ୟ ଯୁବ ପୁରସ୍କାର ପାଇଥିବା ଶ୍ରୀ ନାୟକ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ପଚାଶରୁ ଉର୍ଦ୍ଧ୍ବ କବିତାକୁ ନେଇ ରଚିତ କବିତା ସଂକଳନ 'ବୀଜ ବିକ୍ଷେପ' ୨୦୦୭ ମସିହାରେ ପ୍ରକାଶିତ ହାେଇଥିଲା ।

Report an Error