ବିଭକ୍ତ ପୃଥିବୀ

ଓଡିଆ ସାହିତ୍ୟର ସେବା କରିବା ଜୀବନ କୃଷ୍ଣ ମହାପାତ୍ରଙ୍କର ଏକ ସାରସ୍ୱତ ସଉକ । ‘ବିଭକ୍ତ ପୃଥିବୀ’ ତାଙ୍କର ତୃତୀୟ ଗଳ୍ପ ସଂକଳନ ।
ଜୀବନ କୃଷ୍ଣ ମହାପାତ୍ର
Digital (PDF)
INR 50.00

ଏ ଗଳ୍ପ ସଂକଳନରେ ସନ୍ନିବିଷ୍ଟ ପ୍ରତ୍ୟେକ ଗଳ୍ପର ଆଧାର ଏକ ମୁଖ୍ୟ ଚରିତ୍ର । ବାକି ସବୁ ଚରିତ୍ର ଗଳ୍ପର ପରିସୀମାରେ କେବଳ କସ୍‌ମେଟିକ୍‌ର ସ୍ପର୍ଶ ମାତ୍ର । ତାଙ୍କର ଉପସ୍ଥିତି ମୁଖ୍ୟ ଚରିତ୍ରକୁ ଉଦ୍‌ଭାସିତ କରିବା ପାଇଁ ପ୍ରୟୋଜନ ଅଟେ କିମ୍ବା ସେମାନେ କେବଳ ଅଣୁଘଟକ ଅଟନ୍ତି । ଏ ଚରିତ୍ରସବୁ ଆପଣଙ୍କର ଖୁବ୍ ପରିଚିତ, କାରଣ ଏମାନେ ତ ଆପଣଙ୍କର ବାପ-ମା, ଭାଇ-ଭଉଣୀ, ସଖା-ସହକର୍ମୀ, ବନ୍ଧୁ-ସହଯାତ୍ରୀ ଇତ୍ୟାଦିଙ୍କ ଭିତରୁ ଜଣେ ଜଣେ ଅଟନ୍ତି । କିଏ ଜାଣେ, ଏ ଗଳ୍ପ ଭିତରେ କେତେବେଳେ, ନିରୋଳାରେ ଆପଣ ହୁଏତ ନିଜକୁ ହିଁ ଆବିଷ୍କାର କରିପାରନ୍ତି !!

ଏଥିରେ ଥିବା ପ୍ରତ୍ୟେକ ଗଳ୍ପ ବିଭିନ୍ନ ସମୟରେ, ବିଭିନ୍ନ ପତ୍ରପତ୍ରିକାରେ ଯଥା, ଚିର ସମର୍ଥା, ନବଲିପି, ବିଶ୍ୱମୁକ୍ତି, ସମାବେଶରେ ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇଛି ।

Report an Error